ପାରାଦ୍ବୀପରେ ଦୁଇଦିନିଆ ମିଳିତ ସମରାଭ୍ୟାସ "ସି ଭିଜିଲ"

Advertisment
ପାରାଦ୍ବୀପରେ ଦୁଇଦିନିଆ ମିଳିତ ସମରାଭ୍ୟାସ "ସି ଭିଜିଲ"

ଜଗତସିଂହପୁର: ପାରାଦ୍ବୀପରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ "ସି ଭିଜିଲ"। ସାରା ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ସମରାଭ୍ୟାସ ଚାଲିଥିବା ବେଳେ ୧୮ ଟି ସାମୁଦ୍ରିକ ଥାନା ସମେତ ୧୮ ରୁ ଊର୍ଦ୍ଧ୍ବ ବିଭାଗ ଏଥିରେ ସାମିଲ ହୋଇଛନ୍ତି। ଆତଙ୍କବାଦୀ ବା ବାହ୍ୟ ଶତ୍ରୁଙ୍କୁ ମୁକାବିଲା କରିବା ପାଇଁ ସବୁ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ଆୟୋଜିତ ହୋଇଥିବା ଏହି ସମରାଭ୍ୟାସକୁ ନେଇ ମତ୍ସ୍ୟଜୀବୀ ମଧ୍ୟ ଉତ୍ସାହିତ‌ ରହିଛନ୍ତି।

ଉପକୂଳ ସମୁଦ୍ରରେ ଚାଲିଛି ମିଳିତ ସମରାଭ୍ୟାସ। ଗତ ଦୁଇମାସ ମଧ୍ୟରେ ଏହା ଦ୍ବିତୀୟ ସମରାଭ୍ୟାସ। ଏହି ସମରାଭ୍ୟାସର ନାମ ରଖାଯାଇଛି "ସି ଭିଜିଲ " ।ଏଥିସହିତ ଭାରତୀୟ ନୌସେନା, କୋଷ୍ଟଗାର୍ଡ, ପାରାଦ୍ବୀପ ବନ୍ଦର, ସିଆଇଏସଫ ଅଗ୍ନିଶମ ବିଭାଗ, ମତ୍ସ୍ୟ ବିଭାଗ, ଓଡ଼ିଶା ପୁଲିସ ବନ ବିଭାଗ ଭଳି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ୧୮ ରୁ ଊର୍ଦ୍ଧ୍ବ ବିଭାଗ ଏଥିରେ ସାମିଲ ହୋଇଛନ୍ତି।

ସବୁ ବିଭାଗର କର୍ମଚାରୀମାନଙ୍କୁ ନେଇ ଦୁଇଟି ଟିମ୍ ବ୍ଲୁ ଓ ରେଡ ଗଠନ କରାଯାଇଛି। ଗୋଟିଏ ଟିମ୍ ଛଦ୍ମ ବେଶରେ ସ୍ଥଳଭାଗରେ ପ୍ରବେଶ କରିବାକୁ ପ୍ରୟାସ କରିବେ ଏବଂ ଅନ୍ୟ ଟିମ ଏମାନଙ୍କୁ ଧରିବା ପାଇଁ ପ୍ରୟାସ କରିବେ। ଏମାନଙ୍କୁ ଧରିବା ପାଇଁ ସମସ୍ତ ବିଭାଗ ମଧ୍ୟରେ କିପରି ସମନ୍ବୟ ରକ୍ଷା କରାଯିବ ଏବଂ ଶତ୍ରୁମାନଙ୍କୁ ମୁକାବିଲା କରାଯିବ ସେଥିପାଇଁ ଏହି ସମରାଭ୍ୟାସ ଚାଲିଛି।

ଚଳିତ ଥର ସମରାଭ୍ୟାସକୁ ଭାରତୀୟ ନୌସେନା ପକ୍ଷରୁ ଆୟୋଜନ କରାଯାଇ ଥିବାବେଳେ , ପାରାଦ୍ବୀପ ଅତିରିକ୍ତ ଏସ୍ ପିଙ୍କ ନେତୃତ୍ବରେ ୨୦ ଟି ସ୍ଥାନରେ ୫ ଜଣ ଆଇ.ଆଇ.ସି ,୨୦ ସବ ଇନସପେକ୍ଟର, ୭୦ ହାବିଲଦାର ଓ ୩ ଫ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଜଳପଥରେ ବାହ୍ୟ ଶତ୍ରୁଙ୍କୁ ମୁକାବିଲା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ମତ୍ସ୍ୟଜୀବୀ।

ନିଜ ପେଟ ପାଇଁ ଅନବରତ ସମୁଦ୍ରରେ ରହୁଥିବା ଏହି ମତ୍ସ୍ୟଜୀବୀମାନଙ୍କ ସୂଚନା ସବୁଠୁ ଗୁରୁତ୍ବପୂର୍ଣ୍ଣ ରହିଥାଏ। ଏହି ସମରାଭ୍ୟାସକୁ ନେଇଁ ମତ୍ସ୍ୟଜୀବୀମାନେ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe