ବଜ୍ରାଘାତ​ ନେଲା ୨ ଜୀବନ

Advertisment
ବଜ୍ରାଘାତ​ ନେଲା ୨ ଜୀବନ

Unsplash

ତିହିଡ଼ି/ଚାନ୍ଦବାଲି/ମତୋ: କାଳବୈଶାଖୀ ପ୍ରଭାବରେ ତିହିଡ଼ି ଓ ଚାନ୍ଦବାଲି ବ୍ଳକ୍‌ରେ ଆଜି ବଜ୍ରପାତ ଘଟି ୨ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ଅପରାହ୍ନରେ ତିହିଡ଼ି ବ୍ଲକ୍‌ ଗୋବିନ୍ଦପୁର ପଞ୍ଚାୟତ କୁଆଁରଚତର ଗ୍ରାମର ବରିଷ୍ଠ ବିଜେଡି ନେତା ଦାମୋଦର ମହାନ୍ତି (୬୨) ଘରୁ ପଦାକୁ ଆସିଥିବା ବେଳେ ବଜ୍ରପାତ ହେବାରୁ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକ ତାଙ୍କୁ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟ, ପୂର୍ବତନ ବିଧାୟକ ବିଜୟ ନାୟକ, ବ୍ଲକ୍‌ ଅଧ୍ୟକ୍ଷା ଅବନ୍ତୀ ଦାସ, ଜିଲ୍ଲା ପରିଷଦ ସଦସ୍ୟ ଅମୂଲ୍ୟ ମାଝୀ ଓ ବିଦ୍ୟୁତଲତା ନାୟକ, ବ୍ଲକ୍‌ ବିଜେଡି ସଭାପତି ରଘୁନାଥ ପଣ୍ତା, ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ନାୟକ, ସରପ‌ଞ୍ଚ କ୍ଷୀରାବ୍ଧି ତନୟା ମଳିକ, ସମିତିସଭ୍ୟ କୈଳାସ ମାଝୀ, ପୂର୍ବତନ ସରପ‌ଞ୍ଚ ମାନସ ସାହୁ, ସମବାୟ ସମିତି ସଭାପତି ମାନସ ନାୟକ, ପୂର୍ବତନ ସମିତିସଭ୍ୟ ଲିଙ୍ଗରାଜ ନାୟକ, ବିଜେଡି ନେତା ସରୋଜ ନାୟକ, ନରେନ୍ଦ୍ର ମହାରଣା, ମୁରଲୀଧର ମାଝୀ, ଲକ୍ଷ୍ମୀକାନ୍ତ ବଳ ପ୍ରମୁଖ ତାଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ସେହିପରି ଚାନ୍ଦବାଲି ବ୍ଲକ୍‌ରେ ବଜ୍ରାଘାତରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଦୁଇଟି ସ୍ଥାନରେ ଘର ପୋଡ଼ିଯାଇଛି। ମୃତକ ହେଲେ ଜଳେଶ୍ବରପୁର ପଞ୍ଚାୟତ ନୂଆଗାଁଇଚ୍ଛାପୁର ଗ୍ରାମର ଅଜୟ ମହାନ୍ତି (୪୯)। ଆଜି ଅପରାହ୍ନରେ ଅଜୟ ନିଜ ଜମିରୁ ଚାଷକାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରାଘାତ ହେବାରୁ ଘଟଣାସ୍ଥଳରେ ଟଳି ପଡିଥିଲେ। ବଇଦପୋଖରି ଗ୍ରାମରେ ରାମଚନ୍ଦ୍ର ଦାସଙ୍କ ଘର ନିକଟରେ ଥିବା ଏକ ନଡ଼ିଆ ଗଛରେ ବଜ୍ରାଘାତ ଘଟିବା ପରେ ତାଙ୍କ ଘରେ ନିଆଁ ଲାଗିଯାଇଥିଲା। ଭୂଇଁମୂର୍ତ୍ତି ପଞ୍ଚାୟତ ବଡିହ ଗ୍ରାମର ପିତବାସ ଦାସଙ୍କ ଘରେ ମଧ୍ୟ ବଜ୍ରାଘାତ ଘଟି ନିଆଁ ଲାଗିଥିବା ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe