ରଣପୁର: ରଣପୁର ବ୍ଲକ ଅନ୍ତର୍ଗତ ଲୋଧାଚୁଆ ଛକଠାରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ଖବର ଅନୁସାରେ ରଣପୁର ବିଜ୍ଞାପିତ ପରିଷଦ ଅଞ୍ଚଳ ୯ ନମ୍ବର ମଣିନାଗ ସାହିର ବାସୁଦେବ ମହାପାତ୍ରଙ୍କ ପୁଅ କାଳିଆ ମହାପାତ୍ର (୩୦) ଓ ୧୨ନମ୍ବର ୱାର୍ଡ ନୂଆଗାଁର ସୁଶାନ୍ତ ରଣା (୩୫, ଲଣ୍ଡା) ଉଭୟେ ସଂନ୍ଧ୍ୟା ସାଢ଼େ ୬ଟାରେ ଏକ ବାଇକ ଯୋଗେ ରଣପୁରରୁ କୋଟଗଡ ଅଭିମୁଖେ ଯାଉଥିଲେ।
ଅଧିକ ପଢ଼ନ୍ତୁ: ଚାନ୍ଦ ସାକ୍ଷୀ ବାପ୍ଲା ସାନ୍ତାଳୀ ମାଟ୍ରିମନିକୁ ଉଦଘାଟନ କଲେ ସାଂସଦ ନବ ଚରଣ ମାଝୀ
ରଣପୁର ବ୍ଲକ ଅନ୍ତର୍ଗତ ଲୋଧାଚୁଆ ଛକଠାରେ ଚୌଧୁରୀ ନାମକ ଏକ ଯାତ୍ରୀବାହୀ ବସକୁ ଅତିକ୍ରମ କରୁଥିବାବେଳେ ସମ୍ମୁଖ ପଟୁ ଚାନ୍ଦପୁର ଗାଁର ଅନ୍ତର୍ଯ୍ୟାମୀ ସାହୁଙ୍କ ପୁଅ ବିଜୟ ସାହୁ (୩୭) ଏକ ବାଇକ ଯୋଗେ ହଠାତ ପଶି ଆସିବାରୁ ଉଭୟ ବାଇକ ମଧ୍ୟରେ ମୁଁହାମୁହିଁ ଧକ୍କା ହୋଇଥିଲା।
ଫଳରେ କାଳିଆ ଓ ବିଜୟଙ୍କ ମୃତ୍ୟୁ ଘଟିଥିବାବେଳେ ସୁଶାନ୍ତ ଗୁରୁତର ଆହତ ହୋଇଥିଲେ। ଆହତ ସୁଶାନ୍ତଙ୍କୁ ଅତି ସଂକଟାପନ୍ନ ଅବସ୍ଥାରେ ପ୍ରାଥମିକ ଚିକିତ୍ସା ନିମନ୍ତେ ପ୍ରଥମେ ରଣପୁର ଏବଂ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
ଅଧିକ ପଢ଼ନ୍ତୁ: ପୁଣି ଖସିଲା ପାରଦ: ଘୁ.ଉଦୟଗିରିରେ ତାପମାତ୍ରା ୭.୮ଡିଗ୍ରୀ ରେକର୍ଡ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
