ଘୁ.ଉଦୟଗିରି: ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ସର୍ବାଧିକ ଥଣ୍ଡା ସହର ଘୁ.ଉଦୟଗିରିରେ ଥଣ୍ଡାର ପ୍ରକୋପ ଜାରି ରହିଥିବା ବେଳେ ତାପମାତ୍ରା ଦିନକୁ ଦିନ ତଳମୁଁହା ହେବାରେ ଲାଗିଛି।ସପ୍ତାହେ ହେଲା ପାରଦ ତଳ ମୁଁହା ହେବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି।
ରବିବାର ଘୁ.ଉଦୟଗିରି ସହରର ତାପମାତ୍ରା ୭.୮ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳ ଯଥା ମୁକୁଲିଙ୍ଗିଆ,ସିପାଏଜୁ ଭଳି ଦୁର୍ଗମ ପାହାଡିଆ ଗାଁରେ ପାରଦ ଆହୁରି ଦୁଇ ଡିଗ୍ରୀ କମ ରହିଥିବା ଏବଂ ଥଣ୍ଡାରେ କମ୍ପୁଥିବା ସୂଚନା ମିଳିଛି। ରାତିରୁ କୁହୁଡି ଆରମ୍ଭ ହୋଇ ସକାଳ ୮ଟା ପର୍ଯ୍ୟନ୍ତ ଲାଗି ରହୁଥିବା ଯୋଗୁ ରାସ୍ତାରେ ଗାଡ଼ି ମଟର ଯାତାୟତରେ ସମସ୍ୟା ସୃଷ୍ଟି ହେବାରେ ଲାଗିଛି।
ପ୍ରବଳ ଥଣ୍ଡା ଯୋଗୁ ଲୋକେ ନିଆଁ ଭରସାରେ ରହୁଛନ୍ତି।ସ୍ଥାନୀୟ ସହରରେ ପ୍ରବଳ ଥଣ୍ଡା ଯୋଗୁ ଯାତ୍ରୀବାହୀ ବସକୁ ଅପେକ୍ଷା କରୁଥିବା ଯାତ୍ରୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।
ଅଧିକ ପଢ଼ନ୍ତୁ: ବିନା ଅନୁମତିରେ ରାସ୍ତା ଖୋଳିଲେ ଜରିମାନା: ରାଜ୍ୟ ସରକାର ରାସ୍ତା ନିର୍ମାଣ ପାଇଁ ସ୍ବତନ୍ତ୍ର ନୀତି ଆଣିବେ
ସମସ୍ୟାର ସମ୍ମୁଖିନ ହେବାର ମୁଖ୍ୟ କାରଣ ବସକୁ ଅପେକ୍ଷା କରିବା ନିମନ୍ତେ ସହରରେ କୌଣସି ସ୍ଥାନରେ ଵିଶେଷ କରି ଗାନ୍ଧୀ ଛକ, ଭଞ୍ଜ ମାର୍କେଟ ସମ୍ମୁଖରେ, ବନ୍ଧ ଛକରେ କୌଣସି ଯାତ୍ରୀ ବିଶ୍ରାମଗାର ନାହିଁ। ଖୋଲା ଆକାଶ ତଳେ ପ୍ରବଳ ଥଣ୍ଡାରେ ଯାତ୍ରୀମାନେ ବସକୁ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି।
ପ୍ରାକୃତିକ ସୌନ୍ଦର୍ଯ୍ୟର ଆନନ୍ଦ ଉଠେଇବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି। ଗତ ବର୍ଷ ଘୁ.ଉଦୟଗିରି ସହରର ଓଡ଼ିଶାର ଥଣ୍ଡାର ସହର ଭାବେ ରେକର୍ଡ କରିଥିବା ବେଳେ ଚଳିତ ବର୍ଷ ମଧ୍ୟ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ରେକର୍ଡ଼ କରିଆସୁଛି।
ଅଧିକ ପଢ଼ନ୍ତୁ: ରାଜନୈତିକ ଶତ୍ରୁତା: ସରପଞ୍ଚଙ୍କ ସ୍ବାମୀ-ସମିତି ସଭ୍ୟ ହଣାହଣି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2024/11/17/NWb9mBIHuJmDGrtoHGm0.jpg)