ବାଲିଅନ୍ତା: ମଇଁଷି ଗୁହାଳ ନିକଟ ବନ୍ଦ ଘରୁ ଉଦ୍ଧାର ହେଲା ଦୁଇ ଯୁବକଙ୍କ ମୃତଦେହ | ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଧିନ ବଇଁଚୁଆ କାଜ ନିକଟ ଏକ ବନ୍ଦ ଘରେ ୨ ଜଣ ବ୍ୟକ୍ତିଙ୍କ ମୃତଦେହ ପଡି ରହିଛି | ତେବେ ଏହି ଦୁଇ ଜଣ ବ୍ୟକ୍ତିଙ୍କର କିଭଳି ମୃତ୍ୟୁ ହୋଇଥିବାର ଜଣାପଡ଼ିନଥିବାବେଳେ ଖବର ପାଇ ବାଲିଅନ୍ତା ଥାନା ପୁଲିସ ଘଟଣା ସ୍ଥଳରେ ପହଁଞ୍ଚିଛି | ପୁଲିସ ମୃତଦେହ ଜଵତ କରିଛି |
/sambad/media/post_attachments/wp-content/uploads/2023/08/5440d611-fdf1-4df5-8b80-a6f63785916a-1024x573.jpg)
ସାଇଣ୍ଟିଫିକ ଟିମକୁ ଖବର ଦିଆଯାଇଥିବାବେଳେ ସାଇଣ୍ଟିଫିକ ଟିମ ଏବଂ ପୁଲିସ ମିଳିତ ତଦନ୍ତ ହେବ ବୋଲି ଜଣାପଡିଛି | ମୃତକମାନେ ନିଆଳି ଥାନା ଅଞ୍ଚଳର ସୁକାନ୍ତ ଦାସ (୪୮) ଏବଂ ଜଗବନ୍ଧୁ ବେହେରା (୨୨) ବୋଲି ଜଣାପଡିଛି | ସେମାନେ ଉକ୍ତ ଗୁହାଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ |
Follow Us