ଘୁ.ଉଦୟଗିରି: ୨ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

ଘୁ.ଉଦୟଗିରି: ୨ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

ABP News

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲାରେ ପ୍ରଥମ ଡେଙ୍ଗୁରୋଗୀ ଘୁ.ଉଦୟଗିରିରେ ଚିହ୍ନଟ ହୋଇଛନ୍ତି। ଏହି ବ୍ଲକ୍ ଇଲାକାରୁ ୨ ଜଣ ‌ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ମାଲିକପଡ଼ା ପଞ୍ଚାୟତ ବାଡ଼େନାଜୁ ଗ୍ରାମରୁ ଜଣେ ପୁରୁଷ ଓ କଳିଙ୍ଗାରୁ ଜଣେ ମହିଳା ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି।

ମହିଳାଜଣକ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ପରେ ଅଧିକ ଚିକିତ୍ସା ଲାଗି ଭୁବନେଶ୍ବର ଯାଇଥିବା ସୂଚନା ମିଳିଛି। ସେପଟେ ଗତକାଲି ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ବାସ୍ଥ୍ୟାଧିକାରୀ ରତିକାନ୍ତ ସାହୁଙ୍କ ନେତୃତ୍ବରେ ଡେଙ୍ଗୁ ପ୍ରତିରୋଧକ ମାସ ପାଳିତ ହୋଇଛି। ତେବ‌େ ଡେଙ୍ଗୁ ଚିହ୍ନଟ ହେବା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ଓ ସ୍ବଚ୍ଛତାକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe