ହାତୀ ଆକ୍ରମଣରେ ଦୁଇଜଣଙ୍କ ପ୍ରାଣ ଗଲା

Advertisment
ହାତୀ ଆକ୍ରମଣରେ ଦୁଇଜଣଙ୍କ ପ୍ରାଣ ଗଲା

ଛେଣ୍ଡିପଦା:ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ରାମଚନ୍ଦ୍ରପୁର ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ଜଣେ ୭୦ ବର୍ଷର ବୃଦ୍ଧ ଓ ୪୮ ବର୍ଷର ମହିଳାଙ୍କ ମୃତ୍ୟୁ ହୋଇଛି। ଆଜି ସକାଳ ସାଢ଼େ ୬ ଟାରେ ଗ୍ରାମର ଦେବୀନାଳୀ ନିକଟ ମହୁଲ ବୁରୀରେ ଭଜମନ ସେଠୀଙ୍କ ପତ୍ନୀ ସୁହାଗୀ(୪୮) ମହୁଲ ଗୋଟାଉ ଥିଲେ।

ଏହି ସମୟରେ ଦେବଗଡ଼ ଜିଲ୍ଲା ଜଙ୍ଗଲରୁ ଆସୁଥିବା ଦନ୍ତାହାତୀ ମହୁଲ ଗୋଟେଇବା ସମୟରେ ସୁହାଗିକୁ କଚାଡି ମାରିବା ପରେ ରାମଚନ୍ଦ୍ରପୁର ଆଡକୁ ଆସିଥିଲା। ଆସିବା ବାଟରେ ୫୦୦ ମିଟର ଦୂରରେ ଗ୍ରାମରୁ ସାଇକେଲରେ ଆମ୍ବବଗିଚାକୁ ଯାଉଥିବା ପଞ୍ଚାନନ ପାଣିଗ୍ରାହୀ(୭୦)ଙ୍କୁ ଗୋଡେଇ ଆକ୍ରମଣ ପଞ୍ଚାନନଙ୍କ ମୃତ୍ୟୁ ହୋଇଥିଲା।

ଖବରପାଇ ଛେଣ୍ଡିପଦା ରେଞ୍ଜର ପ୍ରତାପ ଚନ୍ଦ୍ର ରାଉଳ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଦନ୍ତାହାତୀକୁ ଗ୍ରାମର ଖମଣ ଜଙ୍ଗଲରେ ଠାବକରି ତଦନ୍ତ ଚଳେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe