ନାଗାବଳୀ ନଦୀରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ

Advertisment
ନାଗାବଳୀ ନଦୀରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ

ରାୟଗଡା: ଆଜି ରାୟଗଡା ଜିଲ୍ଲା ଚାନ୍ଦିଲି ନିକଟସ୍ଥ ନାଗାବଳୀ ନଦୀରେ ଦୁଇ ନାବାଳିକା ବୁଡି ମୃତ୍ୟୁବରଣ କରିଛନ୍ତି। ଘଟଣା ଅନୁଯାୟୀ ଚାନ୍ଦିଲି ମହିମା ପଡା ଅଂଚଳର ରାଜକୁାମର ସୁନାଙ୍କ ଝିଅ ହେମାବତୀ ସୁନା(୧୧) ଏବଂ ତୁଳସା ଅବଦୁଲଙ୍କ ଝିଅ ଅନୁ ଅବଦୁଲ(୧୦) ସ୍କୁଲ ଛୁଟି ପରେ ଗାଧୋଇବା ପାଇଁ ନିକଟସ୍ଥ ନାଗାବଳୀ ନଦୀକୁ ଯାଇଥିଲେ। ତେବେ ଗାଧୋଉଥିବା ବେଳେ ହଠାତ୍ ପାଣିରେ ଦୁହେଁ ଭାସିଯାଇଥିଲେ।

ତେବେ ଦୁଇ ଜଣଯାକ ପାଣିରେ ଭାସିଯିବା ସ୍ଥାନୀୟ ଲୋକେ ଜାଣିବା ପରେ ତୁରନ୍ତ ଆସି ପାଣିରେ ଖୋଜାଖୋଜି କରିଥିଲେ। ପରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ପ୍ରଥମେ ଅନୁର ମୃତ୍ୟୁ ଦେହ ମିଳିଥିଲା। ପରେ ବହୁ ଖୋଜାଖୋଜି କରିବା ପରେ ହେମାବତୀଙ୍କର ମଧ୍ୟ ମୃତ ଦେହ ମିଳିଥିଲା। ଦୁହେଁ ପାଣିରେ ବୁଡି ମୃତ୍ୟୁବରଣ କରିଥିଲେ।ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭକରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe