ମୁହାଣରେ ଫସିଲା ୨ ମାଛଧରା ବୋଟ୍: କୋଷ୍ଟଗାର୍ଡ-ମେରାଇନ ପୁଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

Advertisment

ନେହେରୁ ବଙ୍ଗଳା ମୁହାଣରେ  ଦୁଇଟି ମାଛଧରା ବୋଟ୍ ଫସିଯାଇଛି। ମାଛ ଧରି ଫେରୁଥିବା ବେଳେ ଗୋଟିଏ ବୋଟ୍ ଫସି ଯାଇଥିଲା। ଫସିଥିବା ବୋଟ୍‌କୁ ଉଦ୍ଧାର କରିବାକୁ ଯାଇ ଆଉ ଗୋଟିଏ ବୋଟ୍ ଫସି ଯାଇଥିଲା। ଦୁଇଟି ବୋଟ୍‌ରେ ୧୪ ମତ୍ସ୍ୟଜୀବୀ ଅଛନ୍ତି...

ନେହେରୁ ବଙ୍ଗଳା ମୁହାଣରେ  ଦୁଇଟି ମାଛଧରା ବୋଟ୍ ଫସିଯାଇଛି। ମାଛ ଧରି ଫେରୁଥିବା ବେଳେ ଗୋଟିଏ ବୋଟ୍ ଫସି ଯାଇଥିଲା। ଫସିଥିବା ବୋଟ୍‌କୁ ଉଦ୍ଧାର କରିବାକୁ ଯାଇ ଆଉ ଗୋଟିଏ ବୋଟ୍ ଫସି ଯାଇଥିଲା। ଦୁଇଟି ବୋଟ୍‌ରେ ୧୪ ମତ୍ସ୍ୟଜୀବୀ ଅଛନ୍ତି...

7amana

ପାରାଦୀପ: ନେହେରୁ ବଙ୍ଗଳା ମୁହାଣରେ  ଦୁଇଟି ମାଛଧରା ବୋଟ୍ ଫସିଯାଇଛି। ମାଛ ଧରି ଫେରୁଥିବା ବେଳେ ଗୋଟିଏ ବୋଟ୍ ଫସି ଯାଇଥିଲା।

ଫସିଥିବା ବୋଟ୍‌କୁ ଉଦ୍ଧାର କରିବାକୁ ଯାଇ ଆଉ ଗୋଟିଏ ବୋଟ୍ ଫସି ଯାଇଥିଲା। ଦୁଇଟି ବୋଟ୍‌ରେ ୧୪ ମତ୍ସ୍ୟଜୀବୀ ଅଛନ୍ତି।  କୋଷ୍ଟଗାର୍ଡ ଓ ମେରାଇନ ପୁଲିସ ପକ୍ଷରୁ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଖବର ଅନୁଯାୟୀ, ଦୁଇଟି ବୋଟ୍ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ। ମାଛ ଧରିବା ସମୟରେ ହଠାତ୍‌ ଗୋଟିଏ ବୋଟ୍‌ ଖରାପ ହୋଇଯାଇଥିଲା ।

ଫସିଥିବା ବୋଟ୍‌କୁ ଅନ୍ୟ ବୋଟ୍‌ ଟାଣି କୂଳକୁ ଆଣୁଥିଲା । ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ପ୍ରବଳ ଲହଡ଼ି ଯୋଗୁ ଉଦ୍ଧାରକାରୀ ଡଙ୍ଗାର ରଶି ପଙ୍ଖାରେ ଗୁଡ଼ାଇ ହୋଇଯାଇ ଛିଣ୍ଡି ଯାଇଥିଲା । ଯାହାଫଳରେ ମୁହାଣ ନିକଟରେ ଦୁଇଟି ବୋଟ୍‌ ଅଟକି ରହିଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe