୨ ଶହ ଶାଳ କାଠ ଜବତ, ମାଫିଆ ଫେରାର

Advertisment
୨ ଶହ ଶାଳ କାଠ ଜବତ, ମାଫିଆ ଫେରାର

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଞ୍ଜ ଗୁନ୍ଦୁଲିଆ ସେକ୍ସନ ତିଲପଙ୍ଗା ବିଟ କୁରେଇପଡ଼ା ଗ୍ରାମ ନିକଟରୁ ସୋମବାର ୨ ଶହ ଖଣ୍ଡ ଶାଳ କାଠ ଜବତ କରିଛି ବନ ବିଭାଗ। ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶକ୍ରମେ ଗୁନ୍ଦୁଲିଆ ବନପାଳ ଦେବକାନ୍ତ ବେହେରାଙ୍କ ନେତୃତ୍ବରେ ଏକ ଟିମ୍ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲା।

ତେବେ ବନ କର୍ମଚାରୀଙ୍କୁ ଦେଖି କାଠ ମାଫିଆମାନେ ଖସି ପଳାଇଥିଲେ। ସେଠାରୁ ଶାଳ କାଠକୁ ଜବତ କରାଯାଇଥିଲା। ଚଢ଼ଉରେ ବନରକ୍ଷୀ ସନ୍ଧ୍ୟାରାଣୀ ସାହୁ, ଚିନ୍ମୟୀ ପ୍ରଧାନ, ଲାଲକୃଷ୍ଣ ସାହୁ, ପ୍ରଭାକର ସେଠୀ, ଏପିଆର ଫୋର୍ସ ଓ ବନ ବିଭାଗୀୟ ସ୍କ୍ୱାଡ୍‌ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe