ମୋରମ ଅତଡ଼ା ଖସି ୨ ଶ୍ରମିକ ମୃତ

Advertisment
ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ସନ୍ଦେହ

PNGkit

ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଅଁଳାଭଟାସ୍ଥିତ ଡୁରୁକା ଡଙ୍ଗରରେ ପଥର ଭାଙ୍ଗୁଥିବା ସମୟରେ ​ମୋରମ ଅତଡ଼ା ଖସି ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଜୟପାଟଣା ବ୍ଲକ୍‌ ଅଁଳାଭଟା ଗ୍ରାମର ଲୋକେ ଡୁରୁକା ଡଙ୍ଗରରେ ପଥର ଭାଙ୍ଗି ଜୀବିକା ନିର୍ବାହ କରିଥାନ୍ତି। ରବିବାର ଅପରାହ୍ନରେ ପଥର ଭାଙ୍ଗି ଫେରୁଥିବା ବେଳେ ହଠାତ୍ ମୋରମ ଅତଡ଼ା ଖସି ପଡ଼ିବାରୁ ରାଜକୁମାରୀ ନାଏକ (୩୨ବର୍ଷ) ଓ ମକରନ୍ଦ ପରାଭୋଇ (୫୨ବର୍ଷ) ପୋତି ହୋଇଯାଇଥିଲେ।

ନିକଟରେ ଥିବା ପୁସ୍ତମ ନାଏକ, ତୁଳସୀ ପାରାଭୋଇ ତଥା ଗାଁ ଲୋକ ତୁରନ୍ତ ସେମାନଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ଜୟପାଟଣା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଶବ ଉଦ୍ଧାର କରି ଜୟପାଟଣା ଡାକ୍ତରଖାନାକୁ ନେଇଥିଲେ। ଏନେଇ ପୁଲିସ୍ ତଦନ୍ତ ଜାରି ରଖିଛି। ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe