୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୧ ଗିରଫ 

Advertisment
୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୧ ଗିରଫ 

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ୍ ପୁଲିସ୍ ଆଜି ବରୁଣେଇ ପୀଠରେ ଚଢ଼ଉ କରି ପ୍ରାୟ ୩ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ କରିବା ସହ ଏଥିରେ ସମ୍ପୃକ୍ତି  ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ମିଳିଥିବା ସୂଚନାନୁସାରେ, ବରୁଣେଇ ପୀଠରେ ବ୍ରାଉନସୁଗାର କାରବାର ଚାଲୁଥିବା ନେଇ ଏସ୍ପି ରାଜକିଶୋର ଦୋରାଙ୍କୁ ସୂଚନା ମିଳିଥିଲା । ସୂଚନା ଆଧାରରେ ଏସ୍ଡିପିଓ ସୁଶୀଲ କୁମାର ମିଶ୍ରଙ୍କ ନେତୃତ୍ୱରେ ଟାଉନ୍ ଥାନା ଆଇଆଇସି ସଂଜୟ ପଟ୍ଟନାୟକ, ସବ୍ ଇନ୍ସପେକ୍ଟର ବିଜୟ କେତନ ବେହେରା, ଏସ୍ଆଇ ଦିଗ୍ବିଜୟ ବିଶ୍ୱାଳ, ଏସ୍ଆଇ ପଦ୍ମଲୋଚନ ବେହେରା, ହାବିଲଦାର ଅଭିରାମ ସାମନ୍ତରାୟ, କନଷ୍ଟେବଳ ମାସି ଖାଁ, ପିକେ ହରିଚନ୍ଦନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ଆଜି ଅପରାହ୍ଣ ସାଢ଼େ ଗୋଟାଏରେ ଚଢ଼ଉ କରାଯାଇଥିଲା ।

ବରୁଣେଇ ପୀଠରେ ଥିବା ଦୋକାନ ଓ ଆଖପାଖ ଅଂଚଳରେ ଦୀର୍ଘ ସମୟ ଖାନତଲାସୀ କରିବା ପରେ ମା' ବରୁଣେଇ ହୋଟେଲ୍ ପଛପଟରୁ ସାଢ଼େ ୩ଟା ବେଳେ ଜଣେ ଯୁବକ ବ୍ରାଉନସୁଗାର ସହ ଧରାପଡ଼ିଥିଲା । ଯୁବକ ଜଣକଙ୍କ ନାମ ଆକାଶ ସେଠୀ (୧୯) ସେ ବୌଦ୍ଧ ଜିଲ୍ଲାର ରାଜନାପଲ୍ଲୀ ଅଂଚଳର ବୋଲି ଜଣାପଡ଼ିଛି । ଆକାଶ ନିକଟରୁ ୫୦.୧୯ ଗ୍ରାମ ବ୍ରାଉନ୍ ସୁଗାର ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ ଜବତ ହୋଇଥିଲା ।

ଏନେଇ ସୂଚନା ଦେଇ ଟାଉନ୍ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଅଭିଯୁକ୍ତଙ୍କ ଠାରୁ ବ୍ରାଉନ୍ ସୁଗାର ସହ ଟଙ୍କା, ଓ ବ୍ରାଉନ୍ ସୁଗାର ଭର୍ତି କରିବା ପାଇଁ ପ୍ୟାକେଟ୍ ଓ କିଛି ଟଙ୍କା ଜବତ ହୋଇଛି । ଏନେଇ ବେଆଇନ ନିଶାଦ୍ରବ୍ୟ କାରବାର ମାମଲାରେ ୨୧୫/୨୦୨୧ରେ ଏକ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ପରେ କୋର୍ଟରେ ହାଜର କରାଯାଇଛି ।

ମହାମାରୀ କଟକଣା ଖୋର୍ଦ୍ଧା ଗ୍ରାମାଂଚଳରେ ଗୋରୁ ଚାଲାଣ ଓ ବ୍ରାଉନସୁଗାର ଭଳି ନିଶା କାରବାର ବୃଦ୍ଧି ପାଇଛି । ପୁଲିସର ତ୍ୱରିତ ପଦକ୍ଷେପରେ ଗତ ୧ ମାସ ମଧ୍ୟରେ ୪ରୁ ଊର୍ଧ୍ବ ବେଆଇନ ଗୋରୁ ଚାଲାଣକାରୀ ଏବଂ ଅବକାରୀ ବିଭାଗ ଓ ପୁଲିସର ଚଢ଼ଉରେ ଏକାଧିକ ନିଶାଦ୍ରବ୍ୟ କାରବାରକୁ ଧରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe