୨ ଲୁଟେରାଙ୍କ ସମେତ ସୁନାଦୋକାନୀ ଗିରଫ

୨ ଲୁଟେରାଙ୍କ ସମେତ ସୁନାଦୋକାନୀ ଗିରଫ

ନୟାଗଡ଼: ନୟାଗଡ଼ ଟାଉନ୍ ଥାନା ପୁଲିସ ମୋବାଇଲ, ସୁନାଅଳଙ୍କାର ଲୁଟ୍ କାରବାର ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ୨ ଲୁଟେରା ଓ ଜଣେ ସୁନାଅଳଙ୍କାର ଚୋରା ବେପାରୀ ରହିଛି। ଏନେଇ ଟାଉନ୍ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଉମାକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାପଡ଼ିଛି। ୨ ଲୁଟେରା ହେଉଛନ୍ତି, ଏ. ସନ୍ତୋଷ (୨୨) ଓ ଏ. ଅର୍ଜୁନ(୧୯) ଏମାନେ ଦୁଇ ଭାଇ ହୋଇଥିବା ବେଳେ, ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅଧୀନ ଗଣ୍ଡାପଲ୍ଲୀରେ ଏମାନଙ୍କର ଘର ବୋଲି ଜଣାପଡିଛି । ସେହିଭଳି ଏମାନେ ଲୁଟ୍ କରିଥିବା ସୁନା ଅଳଙ୍କାର ସାମ୍ରଗୀକୁ କିଣିଥିବା ଆସ୍କା ଥାନା ଅଧୀନ ଭାଲିଆପଲ୍ଲୀର ଗୋଦାବରୀ ସାହୁଙ୍କୁ ମଧ୍ୟ ଗିରଫ କରାଯାଇଛି। ଗୋଦାବରୀ ଠାରୁ ଗୋଟିଏ ସୁନା ଚେନ୍ ଜବତ୍ କରାଯାଇଛି। ଦୁଇ ଲୁଟେରାଙ୍କ ନାମରେ ନୟାଗଡ଼ ସମେତ ବିଭିନ୍ନ ଜିଲ୍ଲାରେ ମାମଲା ରହିଛି।

publive-image

ଗତ ୧୮ ତାରିଖରେ ନୟାଗଡ଼ ଟାଉନ୍ ନାରାୟଣୀ ମନ୍ଦିର ନିକଟରୁ ଜଣେ ମହିଳାଙ୍କଠାରୁ ଲୁଟ ହୋଇଥିବା ସୁନା ଚେନ୍ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପାର୍ଶ୍ବରେ ଥିବା ଶବ ବ୍ୟବଚ୍ଛେଦ ଗୃହ ନିକଟରୁ ଜଣେ ମହିଳାଙ୍କଠାରୁ ହୋଇଥିବା ଲୁଟ୍ ଘଟଣାରେ ଏମାନଙ୍କର ସଂପୃକ୍ତି ରହିଛି। ଲୁଟେରାଦ୍ବୟଙ୍କ ଠାରୁ ୧୦ ଗୋଟି ମୋବାଇଲ, ଗୋଟିଏ ସୁନା ଚେନ୍, ଗୋଟିଏ ୟୁନିକର୍ଣ୍ଣ ମୋଟର ସାଇକେଲ ସମେତ ଗୋଟିଏ ହୋଣ୍ଡା ମୋଟର ସାଇକଲେ ଜବତ୍ କରାଯାଇଛି। ଏସଡିପିଓ ଶୁଭେନ୍ଦୁ ସିହ୍ନା, ଆଇଆଇସି ପ୍ରଜ୍ଞା ପରମିତା ଜେନା ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe