ଯୁକ୍ତ ଦୁଇ: ପାସ୍‌କଲେ ୧୨,୪୯୮, ଫେଲ୍‌ ହେଲେ ୩,୯୧୮ 

Advertisment
ଯୁକ୍ତ ଦୁଇ: ପାସ୍‌କଲେ ୧୨,୪୯୮, ଫେଲ୍‌ ହେଲେ ୩,୯୧୮ 

Education Bytes

ରାଉରକେଲା: ସଦ୍ୟ ପ୍ରକାଶିତ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାରେ ସୁନ୍ଦରଗଡ଼ ଜିଲ୍ଲାର ଫଳ ଆଶନୁରୂପ ହୋଇନି। ଏଥର କଳା, ବିଜ୍ଞାନ ଓ ଧନ୍ଦାମୂକଳ ଶିକ୍ଷାରେ ପରୀକ୍ଷା ଦେଇଥିବା ଜିଲ୍ଲାର ପରୀକ୍ଷାର୍ଥୀଙ୍କ ପାସ୍‌ ହାର ମଧ୍ୟ ଏତେଟା ଉତ୍ସାହପ୍ରଦ ନୁହେଁ। ଏଥର ଜିଲ୍ଲାରେ ସାମଗ୍ରିକଭାବେ ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ପାସ୍‌ହାର ୭୬.୦୫% ରହିଛି। ସେହିଭଳି କଳା ଓ ବାଣିଜ୍ୟରେ ଜିଲ୍ଲାର ପରୀକ୍ଷାର୍ଥୀଙ୍କ ଫଳାଫଳ ସାମାନ୍ୟ ସନ୍ତୋଷଜନକ ରହିଥିବାବେଳେ ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାରେ ଫଳ କିନ୍ତୁ ନୈରାଶ୍ୟଜନକ। ଏଥର କଳାରେ ଜିଲ୍ଲାର ପାସ୍‌ହାର ୭୮.୬୩% ରହିଥିବାବେଳେ ବାଣିଜ୍ୟରେ ୭୭.୮୭%, ବିଜ୍ଞାନରେ ୬୮.୫୭% ଓ ଧନ୍ଦାମୂଳକ ଶିକ୍ଷାରେ ୬୯.୭୮% ପ୍ରତିଶତ ରହିଛି।

କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟବସ୍ତୁରେ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଦେବାକୁ ଜିଲ୍ଲାର ୧୬,୬୬୧ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ। ତେବେ କୌଣସି କାରଣରୁ ୨୨୯ ଜଣ ଅନୁପସ୍ଥିତ ରହିବାରୁ ମୋଟ୍‌ ୧୬,୪୩୨ ଜଣ ‌ପରୀକ୍ଷା ଦେଇଥିଲେ। ଏଥିମଧ୍ୟରୁ ୧୨,୪୯୮ ଜଣ ପାସ୍‌ କରିଥିବାବେଳେ ୩,୯୧୮ ଜଣ ଫେଲ୍‌ ହୋଇଥିଲେ। ଉଲ୍ଲେଖଯୋଗ୍ୟ, କଳାରେ ୭୯୫୪(୭୮.୬୩%) ଜଣ ପାସ୍‌ କରିଥିବାବେଳେ ବାଣିଜ୍ୟରେ ୧୭୬୦(୭୭.୮୭%), ବିଜ୍ଞାନରେ ୨୬୮୭(୬୮.୫୮%) ଓ ଧନ୍ଦାମୂଳକ ଶିକ୍ଷାରେ ୯୭(୬୯.୭୮%) ପାସ୍‌ କରିଥିଲେ। ଏଥିମଧ୍ୟରୁ ମୋଟ୍‌ ୨୩୩୧ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଦ୍ବିତୀୟ ଶ୍ରେଣୀରେ ୨୬୧୭ ଓ ତୃତୀୟ ଶ୍ରେଣୀରେ ୭୪୮୮ ଏବଂ କମ୍ପାର୍ଟ‌୍‌ମେଣ୍ଟାଲ୍‌ରେ ୬୨ ଜଣ ପାସ୍‌ କରିଥିଲେ। ତେବେ ଅସାଧୁ ଉପାୟରେ ପରୀକ୍ଷା ଦେଉଥିବାବେଳେ ସ୍କ୍ବାଡ୍‌ ହାତରେ ୫୭ ଜଣ ଧରାପଡ଼ି ମାଲ୍‌ପ୍ରାକ୍ଟିସ ହେବାରୁ ସେମାନଙ୍କର ଫଳ ଅପ୍ରକାଶିତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe