Shutterstock
ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ପୂଜାହାରୀ ସାହାଜବାହାଲ ଗ୍ରାମରେ ଆଜି ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୨ ବଖରା ଘର ଜଳିଯାଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ଶଙ୍କରା ଓ ଗଡ଼ଗଡ଼ବାହାଲ ଜଙ୍ଗଲରୁ ନିଆଁ ଆସି ପୂଜାହାରୀ ସାହାଜବାହାଲ ଗ୍ରାମର ସୁବଳ ପୂଜାହାରୀ ଘରେ ଲାଗିଯାଇଥିଲା। ଚାହୁଁ ଚାହୁଁ ଶ୍ରୀ ପୂଜାହାରୀଙ୍କ ଦୁଇ ବଖରା ଘର ସଂପୂର୍ଣ୍ଣ ପୋଡ଼ି ଯାଇଥିଲା। ଘରେ ଥିବା ଧାନ, ଚାଷ ଉପକରଣ, ପାଣିପମ୍ପ ଆଦି ପୋଡ଼ି ଯାଇଥିବା ଜଣାପଡ଼ିଛି। ଖବର ପାଇ ବିନିକା ଅଗ୍ନିଶମ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିଲେ।
ବିନିକା ତହସିଲଦାର ମୁକ୍ତେଶ୍ବର ପାଣିଗ୍ରାହୀଙ୍କ ନିର୍ଦ୍ଦେଶରେ କୌଡିଆମୁଣ୍ଡା ଆର୍ଆଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରି ଯାଇଥିବା ଜଣାପଡ଼ିଛି। ଆର୍ଆଇଙ୍କ ରିପୋର୍ଟ ଆସିଲା ପରେ ଉଚିତ ପଦକ୍ଷେପ ନିଆଯିବ ବୋଲି ତହସିଲଦାର ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
Follow Us