ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଗୋପାଳପୁର ପଂଚାୟତ ପୀର ଛକଠାରେ ୨ଟି ଦୋକାନ ଘର ଜଳିପୋଡି ପାଉଁଶ ହୋଇଯାଇଛି | ମିଳିଥିବା ସୂଚନା ମୁତାବକ ବିଭୁତିପୁର ଗ୍ରାମର ସେକ ମୁନାଙ୍କ ସାଇକେଲ ଦୋକାନ ଓ ସେକ ଉଜିରଙ୍କ ଜଳଖିଆ ଦୋକାନ ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି |
ସେକ ମୁନାଙ୍କ ସାଇକେଲ ଦୋକାନରେ ମରାମତି ପାଇଁ ବିଭିନ୍ନ ପାର୍ଟ୍ସ ସହିତ କିଛି ଟଙ୍କା ଏବଂ ସେକ ଉଜିରଙ୍କ ଜଳଖିଆ ଦୋକାନରେ ମଧ୍ୟ ସମଗ୍ର ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି | ଦୋକାନ ବନ୍ଦ ରହିଥିବାବେଳେ ନିଆଁ ଲାଗିବାର କାରଣ ଜଣାପଡିନାହିଁ | ଖବର ପାଇ ଦଶରଥପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲା |
Follow Us