ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଦୁଇ ମହିଳା ମୃତ

ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଦୁଇ ମହିଳା ମୃତ

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଳା ଘୁ ଉଦୟଗିରି ବ୍ଲକ ଅଧିନରେ ଥିବା ଲିଙ୍ଗାଗଡ ପଞ୍ଚାୟତର କୁତୁଲୁମ୍ଭା ନିକଟରେ ନୂଆ କରି ଖୋଳା ଯାଇଥିବା ଏକ ପୋଖରୀରେ ବୁଡି ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାମାନେ ହେଲେ ବଳଦେବ ପ୍ରଧାନଙ୍କ ପତ୍ନୀ କୁରମୁଣୀ ପ୍ରଧାନ ( ୫୭) ଓ ଜସେନ୍ଦ୍ର ପ୍ରଧାନଙ୍କ ପତ୍ନୀ ସୂର୍ଯ୍ୟକାନ୍ତୀ ପ୍ରଧାନ( ୪୦)।

ସୂଚନା ଅନୁସାରେ, ଲିଙ୍ଗାଗଡ଼ ଅଞ୍ଚଳରେ ରହିଥିବା ବିଭିନ୍ନ ପୋଖରୀରେ ଗାଧୋଇବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ମୃତକ ଦୁଇ ମହିଳା ଗାଧୋଇବା ପାଇଁ କୁତୁଲୁମ୍ଭା ନିକଟରେ ନୂଆ କରି ଖୋଳା ଯାଇଥିବା ପୋଖରୀକୁ ଯାଇଥିଲେ । ସକାଳ ପ୍ରାୟ ୭ ଟା ବେଳକୁ ସେମାନେ ଗାଧୋଇବା ପାଇଁ ଯାଇଥିବା ବେଳେ ଅସାବଧାନତା ଯୋଗୁ କୁରମୁଣୀ ପ୍ରଧାନ ପାଣିରେ ବୁଡିଯାଇଥିଲେ।  ତାଙ୍କୁ ଉଦ୍ଧାର ପାଇଁ ସୂର୍ଯ୍ୟକାନ୍ତୀ ପ୍ରଧାନ ଉଦ୍ୟମ କରିଥିଲେ କିନ୍ତୁ ଦୁର୍ଭାଗ୍ୟବଶତଃ ଦୁଇଜଣ ଯାକ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି।

ଘଟଣାସ୍ଥଳରେ ଦୁଇ ମହିଳା ନିଜର ଲୁଗା ପଟା ବାହାରେ ରଖି ଗାଧେଇବା ପାଇଁ ଯାଇଥିଲେ। ଅନ୍ୟ ଜଣେ ମହିଳା ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କର ଜିନିଷ ପତ୍ର ଦେଖି ଥିଲେ। ମହିଳାମାନେ ସେଠାରେ ନଥିବାରୁ ସେମାନେ ପାଣିରେ ବୁଡ଼ିଯାଇଛନ୍ତି ବୋଲି ଭାବି ଲୋକମାନଙ୍କୁ ଡାକିଥିଲେ। ତେବେ ଖବର ପାଇ ସ୍ଥାନୀୟ ସରପଞ୍ଚ ଅବଲାକର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରିବା ପରେ ଘଟଣାସ୍ଥଳରେ ଅଗ୍ନିଶମ ଅଧିକାରୀ ମନରଞ୍ଜନ ପାଢୀଙ୍କ ନେତୃତ୍ୱରେ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ।

ପରେ ସ୍ଥାନୀୟ ଲୋକ ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଘୁ ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଣିଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରି ମୃତ ଘୋଷଣା କରିଥିଲେ। କୁରମୁଣୀ ପ୍ରଧାନଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଥିବା ବେଳେ ଅନ୍ୟ ମହିଳା ସୂର୍ଯ୍ୟକାନ୍ତୀ ପ୍ରଧାନଙ୍କର କୌଣସି ସନ୍ତାନ ନାହାନ୍ତି। ସେପଟେ ସ୍ଥାନୀୟ ଥାନାରେ ଦୁଇଟି ପୃଥକ ପୃଥକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ୧୦ ଓ ୧୧/୨୦୨୩ରେ ଦୁଇଟି ମାମଲା ରୁଜୁ କରି ଶରୀର ବ୍ୟବଚ୍ଛେଦ କରି ପରିବାରଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe