ବରଗଡ଼: ସ୍କୁଲ ଛାତ୍ରଙ୍କ ଉପରେ ଚଢ଼ିଗଲା ଟ୍ରକ, ୨ ମୃତ, ୨ ଗୁରୁତର

Advertisment
ବରଗଡ଼: ସ୍କୁଲ ଛାତ୍ରଙ୍କ ଉପରେ ଚଢ଼ିଗଲା ଟ୍ରକ, ୨ ମୃତ, ୨ ଗୁରୁତର

ବରଗଡ଼: ଆଜି ସକାଳେ ସ୍କୁଲ ଯିବା ପାଇଁ ବସ୍‌କୁ ଅପେକ୍ଷା କରିଥିବା ଛାତ୍ରମାନଙ୍କ ଉପରେ ଦୃତଗତିରେ  ଯାଉଥିବା ଏକ ଟ୍ରକ୍‌ ମାଡ଼ିଯିବାରୁ ଘଟଣାସ୍ଥଳରେ ଦୁଇଜଣ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ସୋହେଲା  ଥାନା ଅନ୍ତର୍ଗତ କୁଡୋପାଲି ଗ୍ରାମର କେତେକ ପିଲା ଲୁହୁରାଚଟୀସ୍ଥିତି ଶ୍ରୀଅରବିନ୍ଦ  ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ପଢ଼ନ୍ତି।  ଆଜି ସକାଳୁ ସେମାନେ ସ୍କୁଲ ଯିବା ପାଇଁ କୁଡୋପାଲି ଗ୍ରାମ ନିକଟରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ଦୃତ ଗତିରେ ଆସୁଥିବା ଏକ ଟ୍ରକ୍‌ ଭାରସାମ୍ୟ ହରାଇ ପିଲାମାନଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ  ଦୟାସାଗର ପ୍ରଧାନ(୬ ବର୍ଷ) ଓ ଅନନ୍ତ ଅଣ୍ଡେଜା(୬ ବର୍ଷ)ଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ମୃତାହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ଫେରାର ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe