୨୦ ଗ୍ରାମ ବ୍ରାଉନସୁଗାର ଜବତ, ୫ ଗିରଫ

୨୦ ଗ୍ରାମ ବ୍ରାଉନସୁଗାର ଜବତ, ୫ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପକ୍ଷରୁ ଚଢ଼ଉ କରାଯାଇ ଗୁରୁବାର ଦିନ ୨୦ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ୫ଜଣଙ୍କୁ ଗିରଫକରାଯାଇଛି। ତେବେ ଗିରଫ ଓ କୋର୍ଟ ଚାଲାଣର ଦୁଇ ଦିନ ପରେ ଏନେଇ ପୁଲିସ ତଥ୍ୟ ସାର୍ବଜନୀନ କରିଥିବାରୁ ଏଥିରେ ପୁଲିସର ସ୍ବଚ୍ଛତାକୁ ନେଇ ସାଧାରଣରେ ପ୍ରଶ୍ନଚିହ୍ନ ଲାଗିଛି।

ଶାଗୁଆନ ବଗିଚାର ଏକ ଭଡ଼ାଘରେ ବ୍ରାଉନସୁଗାର କାରବାର ଚାଲିଥିଲା। ୧୭ ତାରିଖ ରାତି ୯ଟାରେ ପୁଲିସ ଚଢ଼ଉ କରିଥିଲା। ଚଢ଼ଉରେ ୨୦ ଗ୍ରାମ ବ୍ରାଉନସୁଗାର, ସହ ୫ ଜଣଙ୍କୁ ଗିରଫକରିଛି। ଗିରଫ ଯୁବକମାନେ ହେଲେ, ପୁରୀ ଜିଲ୍ଲା ଡେଲାଙ୍ଗ ହୁମର ଗାଁର ଅଜୟ ପରିଡ଼ା (୩୫), ସୁର୍ଯ୍ୟକାନ୍ତ ପରିଡ଼ା (୩୬), ଶାଗୁଆନ ବଗିଚାର ସଦାଶିବ ନାୟକ ଓରଫ ସିଲୁ (୨୩), ଖୋର୍ଦ୍ଧା ଭୋଇସାହିର ସୁଦୀପ୍ତ ନାୟକ ଓରଫ ସିପୁ (୩୫), ଖୋର୍ଦ୍ଧା ଦ୍ବାରିକା ନଗରର ବଳଭଦ୍ର ବେହେରା ଓରଫ ବଳିଆ (୩୨)। ଅଭିଯୁକ୍ତଙ୍କ ଠାରୁ ଆନୁମାନିକ ୨ଲକ୍ଷଟଙ୍କାର ବ୍ରାଉନସୁଗାର ସହ ଏକ ମୋଟର ସାଇକଲ (ଓଆର୍‌୦୨ଏଟି୯୬୫୪)କୁ ଜବତ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ୬୮୫/୨୦୨୩ରେ ଏନ୍‌ଡିପିଏସ୍‌ ଧାରାରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe