ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜିଲ୍ଲାକୁ ଏକ ପ୍ରକାର ୨୦ ବର୍ଷ ପଛକୁ ଠେଲି ଦେଇଛି। ବର୍ଷା ପରେ ମଧ୍ୟ ଏବେ ଜିଲ୍ଲାର ସ୍ଥିତି ସୁଧୁରି ନାହିଁ। ଗତ ୪୮ ଘଣ୍ଟା ଧରି ଲଗାଣ ବର୍ଷା ଏବଂ ଲୋକେ ବିଭିନ୍ନ ସ୍ଥାନରେ ଫସି ରହିଥିବା କାହାଣୀ ଏବେ ପଦାକୁ ଆସୁଛି। ଏଭଳି ଏକ ଘଟଣାକ୍ରମରେ ପଡିଆ ବ୍ଲକର ଗିରକାନପାଲି ପଞ୍ଚାୟତର ମୁରବାନପାଲୀ ଗ୍ରାମର ଇର୍ମା ମାଡକାମୀ ନିଜର ଡଙ୍ଗା ଆଣିବାକୁ ପଟେରୁ ନଦୀ କୂଳକୁ ଯାଇଥିଲେ।

Advertisment

ତେବେ ହଠାତ ପାଣି ବଢିବାରୁ ସେ କିଛି ବୁଝି ନ ପାରି ତୁରନ୍ତ ଜୀବନ ବଞ୍ଚାଇବାକୁ ଏକ ଗଛ ଉପରେ ଚଢିଯାଇଥିଲେ। ପ୍ରାୟ ୨୦ ଘଣ୍ଟା ଧରି ଗଛର ଏକ କୋରଡରେ ରହିଥିଲେ। ସ୍ଥାନୀୟ ଲୋକେ ତାଙ୍କର ଖୋଜ ଖବର ନ ପାଇବାରୁ ବ୍ଲକ ପ୍ରଶାସନ ଏବଂ ପୁଲିସ ନିକଟରେ ସୂଚନା ଦେଇଥିଲେ। ତେବେ ସେ ଘଣ୍ଟା ପାଇଁ ଯାଇ ଆଉ ଫେରି ନ ଥିବା ଜାଣିବା ପରେ ବିଡିଓଙ୍କ ନିର୍ଦ୍ଦେଶ ପରେ ଅଗ୍ନିଶମ କ୍ରମଚାରୀ ଏବଂ ଓଡ୍ରାଫ ଡିମ କାଲି ରାତିରେ ପୋଟେରୁ ନଦୀ କୂଳରେ ତାଙ୍କୁ ଖୋଜିଥିଲେ।

ତେବେ ସେ ଏକ ଗଛ କୋରଡରେ ରହିଥିବା ଦେଖିବାକୁ ପାଇଥିଲେ। ପାଣିରେ ଓଦା ସରସର ହୋଇ ଥରୁଥିଲେ। ତୁରନ୍ତ ତାଙ୍କୁ ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ବୋଟରେ ବସାଇ ରାତିରେ ପଡିଆକୁ ଆଣିଥିଲେ। ପରେ ତାଙ୍କ ପରିବାର ଲୋକଙ୍କୁ ଇର୍ମାଙ୍କୁ ହସ୍ତାନ୍ତର କରାଯାଇଥିଲା। ଆଜି ସକାଳେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ଅଧିକ ପଢ଼ନ୍ତୁ: ବନ୍ୟାରେ ସର୍ବସ୍ବ ହରାଇଲେ ମହିଳା

ତେବେ ସେ ଠିକ ଥିବା କୁହାଯାଇଛି। ତେବେ ଇର୍ମାଙ୍କର ସେହୀ ୨୦ ଘଣ୍ଟା ତାଙ୍କ ପାଇଁ ଜୀବନ ମରଣର ସମୟ ଥିଲା ବୋଲି କହିଥିଲେ। ରାତିରେ ତାଙ୍କ ସେହି ଗଛରେ ହିଁ ରହିବାକୁ ପଡିବ ବୋଲି ଭାବି ନେଇଥିଲେ। କିନ୍ତୁ ଉଦ୍ଧାରକାରୀ ଦଳ ତାଙ୍କ ନିକଟରେ ରାତିରେ ପହଞ୍ଚିବେ କେବେ ମଧ୍ୟ ସେ ଭାବି ନ ଥିଲେ। ତେବେ ପ୍ରଶାସନର ପ୍ରୟାସରେ ଜଣକର ଜୀବନ ବଞ୍ଚିଯାଇଥିବା ନେଇ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

ଅଧିକ ପଢ଼ନ୍ତୁ: ସଂଯୁକ୍ତାଙ୍କୁ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର: ଅଭିନନ୍ଦନ ଜଣାଇଲେ ମୋହନ-ନବୀନ