କନ୍ଧମାଳ: ଆଜି ସକାଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୁଲିସ ଗୁରୁପଡ଼ା ଗ୍ରାମ ଓ ଗ୍ରାମ ନିକଟସ୍ଥ ପାହାଡ଼ ଉପରେ ଚଢ଼ାଉ କରି ୨୦ ଲିଟର ଦେଶୀ ମଦ ସହିତ ୧୨ଶହ ଲିଟର ମହୁଲ ପୋଚ ଜବତ କରିଛି। ୬୦ଟି ପ୍ଲାଷ୍ଟିକ୍ ଜାରକିନ୍ରେ ଥିବା ଏହି ୧୨ଶହ ଲିଟର ପୋଚକୁ ନଷ୍ଟ କରି ଦିଆଯାଇଛି। ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ କରାଯାଇ ଗୁରୁପଡ଼ା ଗ୍ରାମର ମିଟୁ ସାହୁ ଓ ଶୀଳାମ୍ବର ପ୍ରଧାନଙ୍କୁ ଗିରଫ କରାଯାଇଥିବା ଫିରିଙ୍ଗିଆ ଥାନା ପୁଲିସ କହିଛି।
କନ୍ଧମାଳ: ଦେଶୀ ମଦ, ୧୨ଶହ ଲିଟର ପୋଚ ଜବତ, ୨ ଗିରଫ
Advertisment
Follow Us