ଇବନଦୀରେ ବୁଡ଼ିଲା ଡଙ୍ଗା; ପହଁରି କୂଳକୁ ଆସିଲେ ୨୦ ଯାତ୍ରୀ

Advertisment
ବାଜିଲା କ୍ୟାବିନେଟ୍ ମୋହର: ଆସିବ ନୂଆ ଶିଳ୍ପ ଓ ପର୍ଯ୍ୟଟନ ନୀତି

symbolic image by holidaying.co.in

ସୁନ୍ଦରଗଡ଼: ଗୁରୁବାର ଅପରାହ୍ନ ସାଢ଼େ ୫ଟାରେ ସଦରଥାନା କରମଡିହି ପଞ୍ଚାୟତ ବଡ଼ମାଲ ନିକଟ ଇବନଦୀରେ ୨୦ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ଏକ ଦେଶୀ ଡଙ୍ଗା ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ତେବେ ୨୦ ଜଣ ଯାତ୍ରୀ ପହଁରା ଜାଣିଥିବାରୁ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ। ବୁଧବାର ସକାଳୁ ବଡ଼ମାଲର କିଛି ଶିଶୁ ସମେତ ୩୮ ଜଣ ମହିଳା ଓ ପୁରୁଷ ଯାତ୍ରୀ ନଦୀ ଆରପଟେ ଥିବା ରାଜପୁର ପଞ୍ଚାୟତର ଡାଇଣିଡିହିକୁ ବୋଏଲ ଯାତ୍ରା ଦେଖିବାକୁ ଯାଇଥିଲେ। ସଂଖ୍ୟା ଅଧିକ ଥିବାରୁ ଡଙ୍ଗାବାଲା ଦୁଇ ଥର କରି ସେମାନଙ୍କୁ ଡାଇଣିଡିହିକୁ ନେଇଥିଲେ। ଫେରିବା ସମୟରେ ଡଙ୍ଗାବାଲା ପ୍ରଥମେ କିଛି ଶିଶୁ ସହ ୧୮ ଜଣ ମହିଳାଙ୍କୁ ନଦୀ ପାର କରିଥିଲେ। ପରେ ୧୬ ଜଣ ପୁରୁଷ ଓ ୪ ଜଣ ମହିଳାଙ୍କୁ ନେଇ ବଡ଼ମାଲ ଫେରୁଥିବା ବେଳେ କୂଳ ଠାରୁ ମାତ୍ର ୨୦ ଫୁଟ୍ ଦୂରରେ ଡଙ୍ଗାଟି ବୁଡ଼ି ଯାଇଥିଲା।

ସମସ୍ତେ ପହଁରି ପହଁରି କୂଳକୁ ଆସିଥିଲେ। ପ୍ରଥମ ଥରରେ ଛୁଆ ଓ ମହିଳାଙ୍କୁ ନେଇ ଆସିଥିବା ଡଙ୍ଗା ବୁଡ଼ି ଯାଇଥିଲେ ଅବା ଦ୍ବିତୀୟ ଥରରେ ଆସିଥିବା ଡଙ୍ଗା ମଝି ନଈରେ ବୁଡ଼ି ଯାଇଥିଲେ ଯାତ୍ରୀମାନେ ବଞ୍ଚିବା ସମ୍ଭବ ହୋଇ ନଥାନ୍ତା ବୋଲି କୁହାଯାଉଛି। ରାଜପୁର ପଞ୍ଚାୟତ ପକ୍ଷରୁ ଡଙ୍ଗାଘାଟ ପାଇଁ ନିଲାମ ଦିଆଯାଇଛି। ଗୌତମ ପେଣ୍ଠେଇ ନିଲାମ ନେଇ ଡଙ୍ଗା ଚଳାଉଛନ୍ତି। ତେବେ ଡଙ୍ଗାରେ ଲାଇଫ୍ ଜ୍ୟାକେଟ୍ ପରି କୌଣସି ସୁରକ୍ଷା ବ୍ୟବସ୍ଥା ଉପଲବ୍ଧ ନାହିଁ। ତେଣୁ ଡଙ୍ଗା ଓଲଟିଲେ କି ବୁଡ଼ିଲେ ଜୀବନହାନି ନିଶ୍ଚିତ ବୋଲି କୁହାଯାଉଛି। ଏସ୍ଥିତିରେ ଏଠାରେ ଏକ ସେତୁ ନିର୍ମାଣ ଅବା ଇଞ୍ଜିନ ଚାଳିତ ବୋଟ୍ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe