ରଥଯାତ୍ରା ସମୟରେ ପୁରୀକୁ ଚାଲିବ ଅଧିକ ୨୦୦ବସ୍‌

ରଥଯାତ୍ରା ସମୟରେ ପୁରୀକୁ ଚାଲିବ ଅଧିକ ୨୦୦ବସ୍‌

Telegraph India

କଟକ: ସୋମବାର କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ପୁରୀ ଏସ୍ପି ଓ ଦ୍ୱୈତନଗରୀ (କଟକ, ଭୁବନେଶ୍ୱର)ର ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତା ଯୋଗଦେଇଥିଲେ। ବୈଠକରେ ରଥଯାତ୍ରା ସମୟରେ ପୁରୀରେ ଗମନାଗମନ ତଥା ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଅଧିକ ୨୦୦ବସ୍‌ ଚଳାଚଳ କରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଘୋଷଯାତ୍ରା ବେଳେ ନିର୍ଦ୍ଧାରିତ ବସ୍‌ ଭଡ଼ାଠାରୁ ଅଧିକ ଭଡ଼ା ଆଦାୟ କଲେ ଦଣ୍ଡିତ କରାଯିବ ବୋଲି ଆରଡିସି କହିଛନ୍ତି।

ତାଳବଣିଆଠାରୁ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଇ-ରିକ୍ସାର ବ୍ୟବସ୍ଥା କରାଯାଇଛି। ଏନେଇ ରାଜ୍ୟ ଘରୋଇବସ୍‌ ମାଲିକ ସଂଘ ସମ୍ପାଦକ ସୂଚନା ଦେଇଥିବା ଜଣାପଡ଼ିଛି। ଏହି ବୈଠକରେ ବିଭିନ୍ନ ସମସ୍ୟା ଉପରେ ବି ଆଲୋଚନା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe