୨୦୦ କିଲୋମିଟର ଚାଲି ଚାଲି ଘରକୁ ଫେରିଲେ ୨୬ ଶ୍ରମିକ

Advertisment
୨୦୦ କିଲୋମିଟର ଚାଲି ଚାଲି ଘରକୁ ଫେରିଲେ ୨୬ ଶ୍ରମିକ

ରାଉରକେଲା: ସାରା ଦେଶରେ ଲକ୍‌ଡାଉନ୍‌ ଯୋଗୁଁ ବିଭିନ୍ନ କଳକାରଖାନାରେ ଫସି ରହିଛନ୍ତି ଶହ ଶହ ଶ୍ରମିକ। କେତେକ ଶହ ଶହ କିଲୋମିଟର ଚାଲି ଚାଲି ତ ପୁଣି କେତେକ ଟ୍ରକ ଓ କଣ୍ଟେନର୍‌ରେ ଲଦାଲଦି ହୋଇ ଘରକୁ ଫେରୁଥିବା ଦେଖିବାକୁ ମିଳୁଛି। ଗତକାଲି ରାଉରକେଲା ସହରରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ୨୬ରୁ ଶ୍ରମିକ ଚାଲି ଚାଲି ପ୍ରାୟ ୨୦୦ କିଲୋମିଟର ଦୂର କେନ୍ଦୁଝର ଜିଲ୍ଲାର ନିଜ ଘରକୁ ଫେରିଛନ୍ତି। ସମସ୍ତେ ରାଉରକେଲା ଶିଳ୍ପାଞ୍ଚଳର ଏକ କାରଖାନାର ଠିକା ସଂସ୍ଥା ଅଧୀନରେ କାମ କରୁଥିବା କହିଛନ୍ତି।

ଶ୍ରମିକଙ୍କ କହିବା ଅନୁଯାୟୀ ଗତ ପ୍ରାୟ ୬ ମାସ ତଳେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୪୦ରୁ ଅଧିକ ଶ୍ରମିକ ରାଉରକେଲାର କାରଖାନାର ଏକ ଠିକା ସଂସ୍ଥା ଅଧୀନରେ କାମ କରୁଥିଲେ। ଲକ୍‌ ଡାଉନ୍‌ ଘୋଷଣା ଦିନ ମାଲିକ କାରଖାନାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଥିଲେ। ସେହି ଦିନ ୧୪ ଶ୍ରମିକ ବସ୍‌ଯୋଗେ ଘରକୁ ଚାଲି ଯାଇଥିଲେ। ପର ଦିନ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ଯୋଗୁଁ ୨୬ ଶ୍ରମିକ ରହି ଯାଇଥିଲେ। ସେପଟେ ଠିକା ସଂସ୍ଥାର ମାଲିକ ସମସ୍ତ ଶ୍ରମିକଙ୍କୁ ଘରକୁ ଚାଲିଯିବାକୁ କହିଥିଲେ।

ଗତକାଲି ସଂଧ୍ୟା ପ୍ରାୟ ୬ଟାରେ ସେମାନେ ପାନପୋଷ ଛକ ୧୪୩ନଂ ଜାତୀୟ ରାଜପଥରେ ଚାଲି ଚାଲି କେନ୍ଦୁଝର ଅଭିମୁଖେ ବାହାରିଥିଲେ। କିଛି ବାଟ ଯିବା ପରେ ମାଲବାହୀ ଟ୍ରକ୍‌ରେ ଚଢ଼ି ଯାଇଥିଲେ। ଗାଡି ଯାଞ୍ଚ ବେଳେ ଲହୁଣିପଡା ଛକରେ ପୁଲିସ ହାତରେ ଧରାପଡିଥିଲେ। ପୁଲିସ ସମସ୍ତଙ୍କୁ ଗାଡିରୁ ଓହ୍ଲାଇ ଦେଇଥିଲେ। ପଚରାଉଚୁରା କରିବା ପରେ ସମସ୍ତଙ୍କୁ ଚାଲି ଚାଲିଯିବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe