ପୁତୁରା ସହ ୫ ମିନିଟ୍‌: ମା-ଝିଅ ହତ୍ୟା ଅଭିଯୋଗରେ ଗିରଫ ଅନୁପଙ୍କୁ ଭେଟିଲେ ପୁତୁରା ସଂଗ୍ରାମ ସାଏ 

ପୂରା ପରିବାରକୁ ପୁଲିସ୍‌ ଉଠାଇ ନେବା ଭୟରେ ସାଏ ପରିବାର

ପୁତୁରା ସହ ୫ ମିନିଟ୍‌: ମା-ଝିଅ ହତ୍ୟା ଅଭିଯୋଗରେ ଗିରଫ ଅନୁପଙ୍କୁ ଭେଟିଲେ ପୁତୁରା ସଂଗ୍ରାମ ସାଏ 

ଝାରସୁଗୁଡ଼ା:  ସେହି ୫ ମିନିଟରେ ଅନୁପ ସାଏ ତାଙ୍କ ସଂପର୍କୀୟଙ୍କ ସହିତ କ’ଣ କଥା ହେଲେ ଏବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରାୟଗଡ଼ ପୁଲିସର ପରବର୍ତ୍ତୀ ପଦକ୍ଷେପ କଣ ହେବ, ପୁଲିସ ଆଗକୁ ଅନୁପଙ୍କ ପରିବାର ଉପରେ କଣ ପଦକ୍ଷେପ ନେବ,  କିଛି ଏମିତି ଚର୍ଚ୍ଚା ଉଭୟଙ୍କ ଭିତରେ ହୋଇଥିବା ଅନୁମାନ କରାଯାଉଛି। ପରିସ୍ଥିତିକୁ ନେଇ ଅନୁପ ଭୟଭୀତ ହୋଇପଡ଼ିଥିବା କୁହାଯାଉଛି।

 ମିଳିଥିବା ସୂଚନା ଅନୁସାରେ ଚକ୍ରଧରନଗର ଥାନାରୁ ମେଡିକାଲକୁ ନିଆଯିବା ସମୟରେ ହୋଇଥିଲା ଏହି କଥାବାର୍ତ୍ତା। ପୁଲିସ ଗାଡ଼ିକୁ ଯିବା ସମୟରେ ଏବଂ ପୁଲିସ ଗାଡ଼ି ଭିତରେ ବସିବା ପୂର୍ବରୁ ପୁତୁରା ସହ କଥା ହୋଇଥିଲେ ଅନୁପ। ସେହି ସମୟରେ ଅନୁପ ସାଏ ବହୁତ ଭୟଭୀତ ଥିବା ଜଣାପଡୁଥିଲା।

ଯଦି ଅନୁପ ସାଏ ଦୋଷ ସ୍ବୀକାର ନକରନ୍ତି ତେବେ ପୁଲିସ ପରିବାରର ସମସ୍ତଙ୍କୁ ଉଠାଇ ନେବ ବୋଲି ରାୟଗଡ଼ ପୁଲିସ କହୁଥିବା ନେଇ ଅନୁପ ସାଏଙ୍କୁ ସୂଚନା ଦିଆଯାଇଛି। ତେଣୁ ପୁଲିସ ଆଗରେ ଦୋଷ ସ୍ବୀକାର କରିବାକୁ ତାଙ୍କୁ କୁହାଯାଇଥିବା ଅନୁମାନ କରାଯାଉଛି। ମାତ୍ର ୫ ମିନିଟର ଏହି ବାର୍ତାଳାପରେ ଅନୁପ କଣ କରିବେ, କଣ କରିବେ ନାହିଁ ସେ ନେଇ ମଧ୍ୟ କିଛି ପରାମର୍ଶ ଦେଇଥିବା କଥାକୁ ଏଡ଼ାଇ ଦିଆଯାଇନପାରେ।

ସେପଟେ, କଳ୍ପନା ଦାସ ଓ ବବଲି ଦାସ ହତ୍ୟା ମାମଲାରେ ପୁଲିସ ପାଇଁ ଅଡ଼ୁଆ ବଢି ବଢି ଚାଲିଛି। କାରଣ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରମାଣ କରିବା ପୁଲିସ ପାଇଁ କଷ୍ଟକର ବ୍ୟାପାର ହୋଇପାରେ। ଅନୁପ ସାଏ ହିଁ ହତ୍ୟାକାରୀ ଏହାକୁ ପ୍ରମାଣ କରିବା ପାଇଁ ପୁଲିସ ତନାଘନା ତଦନ୍ତ ଚଳାଇଛି। ହେଲେ ପୁଲିସ ହାତରେ ଲାଗିନି କାହାଣୀକୁ ଆଗକୁ ବଢେଇବା ଭଳି ପ୍ରମାଣ, ଯାହା ଏବେ ପୁଲିସର ଅଡୁଆ ବଢାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe