ଆଠଗଡ: ରକ୍ତଦାନ ଶିବିରରେ ୨୦୨ ୟୁନିଟ ରକ୍ତ ସଂଗ୍ରହ

ଆଠଗଡ: ରକ୍ତଦାନ ଶିବିରରେ ୨୦୨ ୟୁନିଟ ରକ୍ତ ସଂଗ୍ରହ

ଆଠଗଡ: ଆଠଗଡ ଏନଏସି ବିଜୁ ଜନତା ଦଳ ଆନୁକୂଲ୍ୟରେ ଓଡିଶା ମୋ ପରିବାର ଓ ଜୀବନବିନ୍ଦୁ ତରଫରୁ ସ୍ଥାନୀୟ ବିଶ୍ବନାଥ ବିଦ୍ୟାପୀଠ ସ୍କୁଲ ପ୍ରାଙ୍ଗଣରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଠଗଡ ଜୀବନବିନ୍ଦୁ କାର୍ଯ୍ୟକ୍ରମର ଆବାହକତ୍ତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ଜୀବନବିନ୍ଦୁ ସଂଯୋଜକ ପ୍ରଦୀପ୍ତ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ରକ୍ତଦାନ ଶିବିରକୁ ଆଠଗଡ ବିଜୁ ଜନତା ଦଳର ସଭାପତି ଶିଶିର ମାନସିଂହ ରବି ନାରାୟଣ ରାଉତ ଉଦଘାଟନ କରିଥିଲେ।

କଟକ ଶ୍ରୀରାମ ଚନ୍ଦ୍ର ଭଂଜ ଭେଷଜ ମେଡିକାଲ ମହାବିଦ୍ୟାଳୟର ରକ୍ତଭଣ୍ଡାର ଦ୍ବାରା ପରିଚାଳିତ ଉକ୍ତ ରକ୍ତଦାନ ଶିବିରରେ ୨୦୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆଠଗଡର ବିଧାୟକ ତଥା ରାଜ୍ୟସରକାରଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ବେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିବା ସହିତ ରକ୍ତଦାନ ପରି ମହତ କାର୍ଯ୍ୟପାଇଁ ଆୟୋଜକ ମାନଙ୍କୁ ପ୍ରଶଂସା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯୁବନେତା ପ୍ରକାଶ ରାଉତ, ଲକ୍ଷ୍ମୀ ନାରାୟଣ ଭଞ୍ଜ, ପୂର୍ବତନ ନଗରପାଳ ସୁବର୍ଣ ମଞ୍ଜରି ଭଞ୍ଜ, ସୁଚିତ୍ରା ସାହୁ, ରୁଦ୍ର ନାରାୟଣ ମହାନ୍ତି, ଶିବ ଶଙ୍କର ଜେନା, ସୁଧାଂଶୁ ଶେଖର ଦଳାଇ ପୂର୍ବତନ ଉପ ନଗରପାଳ ଲଳିତ ମୋହନ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe