କଟକ ସହରରୁ ଆଜି ୨୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୭୪ ଜଣ

Advertisment
କଟକ ସହରରୁ ଆଜି ୨୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୭୪ ଜଣ

କଟକ: ଆଜି କଟକ ସହରରୁ ମୋଟ ୨୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସରକାରୀ ସଂଗରୋଧରୁ ୫୬ ଜଣ, ଗୃହ ସଂଗରୋଧରୁ ୭୪ ଜଣ ଓ ସ୍ଥାନୀୟ ଅଂଚଳରୁ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଆଜି ଏସ୍‌ସିବି ଆଇସୋଲେସନ୍‌ରୁ ଜଣେ ମହିଳାଙ୍କ ସମେତ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନ୍ୟ ସରକାରୀ ସଂଗରୋଧରୁ ଚିହ୍ନଟ ହୋଇଥିବା ୫୪ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୩୬ ଜଣ ପୁରୁଷ, ୧୨ ଜଣ ମହିଳା ଓ ୬ ଜଣ ପୁରୁଷ କୋଭିଡ ଯୋଦ୍ଧା ଅଛନ୍ତି।

publive-image

ସୂଚନାଯୋଗ୍ୟ, କଟକ ସହରରୁ ଆଜି ପର୍ଯ୍ୟନ୍ତ ୪୩୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୬୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୭୫୨ ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ୨୩ ଜଣଙ୍କର ମୃତ୍ୟୁ ହୋଇଛି।

publive-image

କଟକ ସହରରେ ଆଜି ଗୃହ ସଂଗରୋଧରୁ ମୋଟ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସିଡିଏ ସେକ୍ଟର-୬, କଲେଜ ଛକ, ବକ୍ସ ବଜାରରୁ ୫ ଜଣ ଲେଖାଏଁ, ଜଉନଲିଆ ପାଟଣା, ଶଙ୍କରପୁର, ଘୋଷ ବଜାର, ବାମ୍ଫି ସାହିରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

publive-image

ଆଜି ସ୍ଥାନୀୟ ଅଂଚଳରୁ ଚିହ୍ନଟ ୭୪ ଜଣ ଆକ୍ରାନ୍ତଙ୍କ ମଧ୍ୟରେ କଲେଜ ଛକରୁ ୫ ଜଣ, ଜୋବ୍ରା, ରାଉସପାଟଣା, ବକ୍ସିବଜାର, ଚାଉଳିଆଗଂଜରୁ ୪ ଜଣ ଲେଖାଏଁ, ଦରଘାବଜାର, ଜଉନଲିପାଟଣା, ନୂଆ ବଜାରରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe