ଘର ଭିତରୁ ବାହାରିଲା ୨୧ଟି ନାଗ ସାପ: ଭୟରେ ପରିବାରଲୋକ

Advertisment
ଘର ଭିତରୁ ବାହାରିଲା ୨୧ଟି ନାଗ ସାପ: ଭୟରେ ପରିବାରଲୋକ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ବିଜ୍ଞାପିତ ପରିଷଦ ଅଳ ଗଡତୋଲ ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ୨୧ ଗୋଟି ନାଗ ସାପ ବାହାରିଛି। ଏହି ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି।

ଗତ କାଲି ରାତିରେ ମନିରାମ ପଟେଲଙ୍କ ପରିବାର ଘର ଭିତରେ ଏକ ନାଗ ସାପ ଥିବା ଦେଖିବାକୁ ପାଇଥିଲେ। କାଳେ ଏହି ସାପଟି କାହାକୁ ମାରିଦେବ ସେ ଭୟରେ ପରିବାର ଲୋକେ ସାପଟିକୁ ହିଁ ମାରି ଦେଇଥିଲେ।

ଏହାପରେ ଘର ଭିତରେ ଖୋଜାଖୋଜି କରିବା ପରେ ମନିରାମ ପଟେଲଙ୍କ ପରିବାର ଏକ ଗାତ ଦେଖିଥିଲେ। ସାପଟି ଏହି ଗାତରୁ ବାହାରିଥିବା ଅନୁମାନ କରିଥିଲେ। ରାତିରେ ସେହି ଗାତକୁ ଖୋଳିଥିଲେ। ଏହି ଗାତରେ ୧୬ଟି ନାଗ ସାପ ଛୁଆ ଓ ୧୬ ଗୋଟି ନାଗ ସାପ ଅଣ୍ତା ବାହାରିଥିବା ଦେଖିବାକୁ ପାଇଥିଲେ।

ଆଜି ସକାଳେ ପୁଣିଥିରେ ଗାତକୁ ଆହୁରୀ ତଳକୁ ଖୋଲିବାରୁ ୫ ଗୋଟି ନାଗ ସାପ ବାହାରି ଥିଲା। ଏହି ଘଟଣା ପରେ ଗାଁରେ ଏକ ପ୍ରକାର ଭୟର ବାତାବରଣ ଦେଖା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe