ମିଥ୍ୟା ଏନକାଉଣ୍ଟରକୁ ନେଇ ୨୧ରେ ନକ୍ସଲ ସଂଗଠନଙ୍କ ବନ୍ଦ ଡାକରା

ମିଥ୍ୟା ଏନକାଉଣ୍ଟରକୁ ନେଇ ୨୧ରେ ନକ୍ସଲ ସଂଗଠନଙ୍କ ବନ୍ଦ ଡାକରା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ ପୁଲିସ ମିଥ୍ୟା ଏନକାଉଣ୍ଟର କରି ତିନି ତିନି ଜଣ ମାଓବାଦୀଙ୍କୁ ହତ୍ୟା କରିଥିବା ନେଇ ଆନ୍ଧ୍ର ଓଡିଶା ବଡର ଡିଭିଜନର ସଚିବ କୈଳାଶ ୨୧ ତାରିଖରେ ମାଲକାନଗିରି ବନ୍ଦ ଡାକରା ଦେଇଛନ୍ତି। ପୁଲିସ ବେଆଇନ ଭାବେ ଗିରଫ କରିବା, ଜେଲରେ ଭର୍ତ୍ତି କରି ନିର୍ଯାତନା ଦେବା, ବାଧ୍ୟତାମୂଳକ ଆତ୍ମସମର୍ପଣ କରିବା, ନକ୍ସଲଙ୍କୁ ଧରି ମିଥ୍ୟା ଏନକାଉଣ୍ଟର କରିବା ଭଳି କାର୍ୟ୍ୟ ଜାରି ରଖିଛି। ସ୍ବାଭିମାନ ଅଂଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରି ଲୋକଙ୍କୁ ନିର୍ଯାତନା ଦେଉଛି। ଲୋକଙ୍କ ଜୀବନଜୀବିକା ଉପରେ ପ୍ରଭାବ ପକାଉଛି। ଏପରିକି ସେମାନଙ୍କର ଛେଳି, ମେଣ୍ଢା, କୁକୁଡା ଇତ୍ୟାଦି ଖାଇ ଦେଉଛନ୍ତି।

ମିଥ୍ୟା ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ସହିଦମାନଙ୍କ ପରିବାରକୁ ଆମେ ସହାନୁଭୁତି ଜଣାଉଛୁ ବୋଲି କୁହାଯାଇଛି। କିଛି ସୂଚନାଦାତା ମାଧ୍ୟମରେ ପୁଲିସ ନକ୍ସଲଙ୍କର ଚାଲ ଜାଣିପାରି ଥିବା କୁହାଯାଇଛି। ମାଓ ମିଲିଟ୍ରି କମାଣ୍ଡର କିଶୋରକୁ ଧରିଥିଲେ ଏବଂ ତାକୁ ହତ୍ୟା କରିଥିଲେ ବୋଲି ସଚିବ କୈଳାଶ ଅଭିଯୋଗ କରିଛି।ସେହିପରି ବିଶାଖାପାଟଣମ୍ ଏସପି କିଛି ସୂଚନାଦାତାକୁ ଚାକିରି ଦେବା ନାମରେ ଠକେଇ କରୁଛନ୍ତି। ନିରୀହ ଲୋକଙ୍କୁ ସୂଚନାଦାତା ଭାବେ ରଖିବା ସହ ସେମାନଙ୍କୁ ପୁଲିସ ପୋଷାକ ପିନ୍ଧିବାକୁ ବାଧ୍ୟ କରାଯାଏ ନଚେତ ସେମାନଙ୍କୁ ହଇରାଣ କରାଯାଉଥିବା କୁହାଯାଇଛି। ମାଲକାନଗିରି ପୁଲିସ ମଧ୍ୟ କିଛି ନକ୍ସଲକୁ ଗିରଫ କରି ରଖିଛି। ଆଜି ପର୍ୟ୍ୟନ୍ତ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅଭିଯୋଗ କରାଯାଇଛି।

ତେବେ ଆସନ୍ତା ୨୧ ତାରିଖରେ ବନ୍ଦ ଡାକରାକୁ ସଫଳକ ରାଯାଉ ବୋଲି କୈଳାଶ ଆହ୍ବାନ କରିଛି। ତେବେ ଜରୁରୀକାଳୀନ ସେବା ଗୁଡିକ ଚାଲିବ ବୋଲି ମଧ୍ୟ ପ୍ରଥମର ଥର କୁହାଯାଇଛି। ତେବେ ଏନେଇ ପୁଲିସ ସଜାଗ ରହିଛି। ଗୁଇନ୍ଦା ବିଭାଗକୁ ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିବାକୁ କୁହାଯାଇଛି। ବନ୍ଦକୁ ନେଇ ନକ୍ସଲ ହିଂସାତ୍ମକ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି। ତେଣୁ ସୀମାବର୍ତ୍ତୀ ଅଂଚଳରେ ପୁଲିସ ତଦନ୍ତ ପ୍ରକ୍ରିୟା ଜୋରସୋରରେ କରିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe