ଛତିଶଗଡ଼କୁ ଧାନ ଚୋରାଚାଲାଣବେଳେ ଦୁଇ ଗାଡି ସହିତ ୨୧୪ କ୍ୟୁଣ୍ଟାଲ ଧାନ ଜବତ

Advertisment
ଛତିଶଗଡ଼କୁ ଧାନ ଚୋରାଚାଲାଣବେଳେ ଦୁଇ ଗାଡି ସହିତ ୨୧୪ କ୍ୟୁଣ୍ଟାଲ ଧାନ ଜବତ

ଧର୍ମଗଡ: ଗତକାଲି ରାତ୍ରିରେ ଜିଲ୍ଲା ଯୋଗାଣ ଅଧିକାରୀ ମନୋଜ କୁମାର ଦାସଙ୍କ ନେତୃତ୍ୱରେ ଯୋଗାଣ ବିଭାଗର ଏକ ଟିମ ଦୁଇଟି ଗାଡି ସହିତ ୨୧୪ କ୍ୟୁଣ୍ଟାଲ ଧାନ ଜବତ କରି ଧର୍ମଗଡ ସହର ଏକ ରାଇସମିଲରେ ଜିମା ଦେଇଛନ୍ତି। ଯୋଗାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଏକ ଟ୍ରକ ଗୋଲାମୁଣ୍ଡା ବ୍ଲକ ଉଦେ ଶୃଙ୍ଗ ଛକ ପାଖରେ ଧାନ ବୋଝେଇ କରି ନେଉଥିବାବେଳେ ଯୋଗାଣ ବିଭାଗର ଏକ ସ୍କ୍ୱାର୍ଡ ଗାଡିକୁ ଅଟକ ରଖି ଯାଞ୍ଚ କରିଥିଲେ । ଯାଞ୍ଚବେଳେ ଏହି ଧାନ ଛତିଶଗଡ ଅଞ୍ଚଳକୁ ଚୋରାଚାଲାଣ ହେଉଥିବା ଜଣାପଡ଼ିଥିଲା । ପରେ ଉକ୍ତ ଟ୍ରକକୁ ଜବତ କରି ତଦନ୍ତ କଲା ପରେ ସେଥିରେ ୧୮୮ କ୍ଵିଣ୍ଟାଲ ଧାନ ଥିବା ଜଣାପଡିଛି ।

ସେହିପରି କୋକସରା ବ୍ଲକ ଖୁଣ୍ଟିଆ ଛକଠାରୁ ଛତିଶଗଡ଼କୁ ଏକ ପିକଅପ୍ ଭ୍ୟାନରେ ଧାନ ବୋଝେଇ କରି ନେଉଥିବା ଯୋଗାଣ ବିଭାଗ ସ୍କ୍ୱାର୍ଡ ନଜରକୁ ଆସିଥିଲା ପରେ ଯାଞ୍ଚ ପରେ ଏହି ଧାନ ଛତିଶଗଡ଼କୁ ଚୋରା ଚାଲାଣ ହେଉଥିବା ଜଣାପଡ଼ିଥିଲା । ଏଥିରେ ୨୪.୯୫ କ୍ଵିଣ୍ଟାଲ ଧାନ ଥିବା ଜଣାପଡିଛି । ଦୁଇଟି ଗାଡିରେ ମୋଟ ୨୧୪ କ୍ଵିଣ୍ଟାଲ ଧାନ ଥିବା ଜଣାପଡିଛି ।

କଳାହାଣ୍ଡି ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଯୋଗାଣ ଅଧିକାରୀ ମନୋଜ କୁମାର ଦାସଙ୍କ ନେତୃତ୍ୱରେ ଧର୍ମଗଡ ଉପଖଣ୍ଡ ଯୋଗାଣ ଅଧିକାରୀ ଦୂର୍ଗା ପ୍ରସାଦ ମାଝୀ, ଧର୍ମଗଡ ଯୋଗାଣ ନିରୀକ୍ଷକ ପ୍ରଶାନ୍ତ ଦାସ, ଜୟପାଟଣା ଯୋଗାଣ ନିରୀକ୍ଷକ ପ୍ରିୟ ନାଏକ ଓ ଜଗା ରାମ ମୂର୍ମୁ ଏହି ସ୍କ୍ୱାର୍ଡ ରେ ସାମିଲ ହୋଇଥିଲେ । ସୂଚନାଯୋଗ୍ୟ ଯେ ଓଡ଼ିଶା ସରକାର ମଣ୍ଡିରେ ଧାନ କ୍ଵିଣ୍ଟାଲ ପ୍ରତି ୨୧୦୦ ଟଙ୍କା ଦେଉଥିବାବେଳେ ପଡୋଶୀ ଛତିଶଗଡ଼ରେ ସରକାର ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଦେଉଛନ୍ତି । ଫଳରେ ଦଲାଲମାନେ ଛତିଶଗଡ଼କୁ ଧାନ ଚୋରାଚାଲାଣ କରି ଲାଭବାନ ହେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe