ଅବକାରୀ ଚଢ଼ଉ: ୫ ଗିରଫ, ୨୧୬ ଲିଟର ମଦ ଜବତ

Advertisment
ଅବକାରୀ ଚଢ଼ଉ: ୫ ଗିରଫ, ୨୧୬ ଲିଟର ମଦ ଜବତ

ରାଉରକେଲା: ଦେଶୀ ମଦ ବେପାର ଉପରେ ଅବକାରୀ ପୁଲିସ ଧରପଗଡ଼ ଜାରି ରହିଛି। ଏହି କ୍ରମରେ ଆଜି ସେକ୍ଟର-୩ ଥାନା ଅନ୍ତର୍ଗତ ଖରିଆବାହାଲ ବସ୍ତି ଓ ବନ୍ଧମୁଣ୍ଡା ଥାନା ଅଞ୍ଚଳର ଜବାଘାଟ ଓ ଜାମସେରାଠାରେ ଅତର୍କିତ ଚଢ଼ଉ କରାଯାଉଥିଲା। ଏହି ସମୟରେ ମଦ ବିକ୍ରି କରୁଥିବା ୫ ଅଭିଯୁକ୍ତଙ୍କୁ କାବ କରିନେଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଜବାଘାଟର ଦୁଲାରୀ ଲୋହାର, ବାଙ୍ଗା ଲୋହାର, ବଳରାମ ମୁଣ୍ଡା, ଖରିଆବାହାଲ ବସ୍ତିର ମାରୀୟମ ଲୋହାର ଓ ବିମଳ ଲୋହାର। ଅଭିଯୁକ୍ତମାନଙ୍କ ପାଖରୁ ୨୧୬ ଲିଟର ଦେଶୀ ମଦ ଓ ୨୨୦୦ କେଜି ମହୁଲ ପୋଚ ଜବତ ହୋଇଛି। ଗୁପ୍ତ ସୂଚନାକୁ ଭିତ୍ତି କରି ଆଜି ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଏକ ଦଳ ଏସବୁ ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉବେଳେ ବିଭାଗୀୟୀ ସବଇନ୍ସପେକ୍ଟର, ମୋବାଇଲ ୟୁନିଟ୍‌ ଅଧିକାରୀ ସାମିଲ ଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe