କନ୍ଧମାଳରୁ କଟକକୁ ଚାଲାଣ ହେଉଥିଲା: କାରରୁ ୨୧ କିଲୋ ଗଂଜେଇ ଜବତ, ୨ ଯୁବତୀ ସମେତ ୪ ଗିରଫ 

Advertisment
କନ୍ଧମାଳରୁ କଟକକୁ ଚାଲାଣ ହେଉଥିଲା: କାରରୁ ୨୧ କିଲୋ ଗଂଜେଇ ଜବତ, ୨ ଯୁବତୀ ସମେତ ୪ ଗିରଫ 

ଫୁଲବାଣୀ: କରୋନାକୁ ନେଇ ସମଗ୍ର ବିଶ୍ବରେ ହାହାକାର। ନିଜେ ସୁରକ୍ଷିତ ରହିବା ପାଇଁ ସମସ୍ତେ ସଚେତନ। ଲକ୍ ଡାଉନ ଘୋଷଣା ପରେ କେହି ବି ପଦାକୁ ବାହାରୁ ନାହାନ୍ତି। ହେଲେ କରୋନାକୁ ଗଂଜେଇ ବେପାରୀଙ୍କର ଭୟ ନାହିଁ। କନ୍ଧମାଳରୁ କଟକକୁ ୨ ଜଣ ଯୁବକ ଓ ଯୁବତୀ ଏକ କାରରେ ଗଂଜେଇ ଚାଲାଣ କରୁଥିବା ବେଳେ ପୁଲିସ ହାବୁଡରେ ପଡିଛନ୍ତି। ଫିରିଙ୍ଗିଆ ପୁଲିସ କରୋନା ତନାଘନା ଚଳାଇଥିବା ବେଳେ ଦ୍ରୁତ ଗତିରେ ଯାଉଥିବା ଏକ ଇଣ୍ଡିଗୋ କାର ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ କାରରୁ ୨୧ କିଲୋ ଗଂଜେଇ ମିଳିଥିଲା। ଏଡି ଘଟଣାରେ ପୁଲିସ ଅଜିତ ଦିଗାଲ(୨୩), ନୃସିଂହ କହଁର(୧୯), କଳ୍ପନା କହଁର(୨୩) ଓ ରଚନା କହଁର(୨୨)ଙ୍କୁ ଗିରଫ କରିଥିଲା।

ଗିରଫ ସମସ୍ତ ଅଭିଯୁକ୍ତ ସଦର ଓ ଫିରିଙ୍ଗିଆ ଥାନା ଅଞ୍ଚଳର। ଫିରିଙ୍ଗିଆ ଶ୍ରୀପଳାରୁ କାରରେ ଗଂଜେଇ ଧରି କଟକକୁ ଯାଉଥିଲେ ବୋଲି ଫିରିଙ୍ଗିଆ ଥାନାଧିକାରୀ ଶ୍ୟାମସୁନ୍ଦର ରାଓ କହିଛନ୍ତି। କେଶ ନଂ ୨୬/୨୦୨୦ରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଗିରଫ ୪ ଅଭିଯୁକ୍ତଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe