ମାଓବାଦୀଙ୍କ ଆକ୍ରମଣ ଯୋଜନା ପଣ୍ଡ, ସୀମାନ୍ତରୁ ୨୨ ଲ୍ୟାଣ୍ଡମାଇନ୍‌ ଜବତ

Advertisment
ମାଓବାଦୀଙ୍କ ଆକ୍ରମଣ ଯୋଜନା ପଣ୍ଡ, ସୀମାନ୍ତରୁ ୨୨ ଲ୍ୟାଣ୍ଡମାଇନ୍‌ ଜବତ

ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ମାଓବାଦୀଙ୍କ ବଡଧରଣର ଆକ୍ରମଣ ଯୋଜନା ପଣ୍ଡ ହୋଇଛି। କମ୍ବିଂ ଅପରେସନ୍‌ ବେଳେ ସୁରକ୍ଷାକର୍ମୀ ବିଶ୍ରାଠାରୁ ପ୍ରାୟ ୬୦ କି.ମି. ଦୂର ଗୋଏଲକେରା ଜଙ୍ଗଲରୁ ୨୨ଟି ଲ୍ୟାଣ୍ଡ ମାଇନ୍‌ ସମେତ ବିପୁଳ ପରିମାଣରେ ଇଲେକ୍ଟ୍ରି ତାର ଜବତ କରିଛନ୍ତି । ଲ୍ୟାଣ୍ଡମାଇନଗୁଡ଼ିକ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଖଞ୍ଜା ଯାଇଥିଲା। ଜବତ ଲ୍ୟାଣ୍ଡମାଇନଗୁଡ଼ିକୁ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ନିଷ୍କ୍ରିୟ କରି ଦେଇଛନ୍ତି।

publive-image

ଘଟଣା ପରେ ସିଆର୍‌ପିଏଫ୍‌, ଝାଡ଼ଖଣ୍ଡ ଜାଗୁଆର ପୁଲିସ, ସ୍ଥାନୀୟ ପୁଲିସ ପକ୍ଷରୁ କୁମ୍ବିଂ ଅପରେସନ୍‌କୁ ଜୋର୍‌ଦାର କରାଯାଇଛି । ମାଓବାଦୀମାନେ ଗୋଏଲକେରା ଜଙ୍ଗଲରେ ବଡ଼ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବା ସ୍ଥାନୀୟ ପୁଲିସକୁ ଗୁପ୍ତ ସୂଚନା ମିଳିଥିଲା । ସୂଚନା ଆଧାରରେ ସିଆର୍‌ପିଏଫ୍‌, ଝାଡ଼ଖଣ୍ଡ ଜାଗୁଆର ପୁଲିସ ଜଙ୍ଗଲକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀ ଜଙ୍ଗଲକୁ ଘେରାବନ୍ଦୀ କରିଥିବା ସୂଚନା ପାଇ ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇ ଫେରାର ହୋଇଯାଇଥିଲେ। ଫଳରେ ମାଓବାଦୀଙ୍କ ବଡଧରଣର ହିଂସାକାଣ୍ଡକୁ ରୋକାଯାଇ ପାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe