ଲୁଟ୍‌ କରିଥିଲେ ଦାମୀ କଂପାନିର ୨୨ଟି ମୋବାଇଲ, ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ

Advertisment
ଲୁଟ୍‌ କରିଥିଲେ ଦାମୀ କଂପାନିର ୨୨ଟି ମୋବାଇଲ, ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ

ଭଦ୍ରକ: ଆଜି ଭଦ୍ରକ ପୁଲିସ ହାତରେ ଧରାପିଡି ଗିରଫ ହୋଇଛନ୍ତି ଦୁଇ ମୁବାଇଲ ଲୁଟେରା। ଭଦ୍ରକ ଅଞ୍ଚଳ ଏଇ  ଦୁଇ ଲୁଟେରାଙ୍କଠାରୁ ଦାମି କଂପାନିର ୨୨ଟି ମୋବାଇଲ ଓ ଏକ ବାଇକ୍‌ ଜବତ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏଇ ରାକେଟରେ ଆଉ ଯେଉଁମାନେ ସଂପୃକ୍ତ ରହିଛନ୍ତି, ସେମାନଙ୍କ ଉପରେ ପୁଲିସ ନଜର ରଖିଛି। ଭଦ୍ରକରେ ଏଖ ବଡ ମୋବାଇଲ ଚୋର ରାକେଟ କାମ କରୁଛି। ଏଇ ରା‌କେଟର କିଙ୍ଗପିନ୍ ସବୁ କୋଲକତା ଓ ଝାଡଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି।

ସୂଚନା ଅନୁସାରେ, ଭଦ୍ରକ ସଦର ମହକୁମାରେ ଗତ ଏକ ସପ୍ତାହ ଭିତରେ ୫ରୁ ୭ଟି ମୋବାଇଲ ଲୁଟ ହୋଇଥିଲା। ଲୁଟେରାମାନେ ଦିନ ଦ୍ବିପ୍ରହରରେ ମଧ୍ୟ ମୋବାଇଲ ଲୁଟ୍‌ କରିବାରେ ସକ୍ଷମ ହୋଇଥିଲେ। ସହର ଭିତରେ ଏକ ସପ୍ତାହ ଭିତରେ ଏଭଳି ମୋବାଇଲ ଲୁଟେରା ମାତିଲେ ଯେ, ଯାହାକୁ ନେଇ ଲୋକେ ‌ଆତଙ୍କିତ ହୋଇପଡିଥିଲେ। ଏଇ ଘଟଣାକୁ ନେଇ ପୁଲିସକୁ ଚ୍ୟାଲେଞ୍ଜ କରିବାକୁ ପଡ଼ିଥିଲା। ଘଟଣାକୁ ଗମ୍ଭୀରତାର ସହ ନେଇ ଭଦ୍ରକ ଏସପି  ଚରଣ  ସିଂ ମୀନାଙ୍କ ନିର୍ଦ୍ଦେଶକ୍ରମେ ଚଢାଉ ଆରମ୍ଭ କରାଯାଇଥିଲା। ଏଥିପାଇଁ  ଭଦ୍ରକ ଟାଉନ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା।

publive-image

ପୁଲିସ ଟିମ୍ ତିନି ଦିନ ତଳେ ମହିଳାଙ୍କଠାରୁ ମୋବାଇଲ ଲୁଟ୍ ଓ ଛିନତାର କରିଥିବା ଲୁଟେରାକୁ ଆଗ ଧରିବାକୁ ଯୋଜନା କରିଥିଲେ।  ଏଇ ଲୁଟେରା ପୁଲିସ ହାତରେ ଧରାପଡିବା ପରେ ସଂପୃକ୍ତ ମହିଳାଙ୍କ ଲୁଟ୍ ହୋଇଥିବା ମୋବାଇଲ ମିଳିଥିଲା। ଏଇ ଯୁବକଙ୍କଠାରୁ ଭଦ୍ରକ ସହରରେ ଲୁଟ୍ ହୋଇଥିବା ବିଭିନ୍ନ ଲୋକଙ୍କର ମୋବାଇଲ ସଂପର୍କରେ ସନ୍ଧାନ ମିଳିବା ସହ ଏଇ ଗ୍ୟାଙ୍ଗରେ ସଂପୃକ୍ତ ଥିବା ଅନ୍ୟ ଜଣେ ଲୁଟେରାଙ୍କୁ ମଧ୍ୟ ପୁଲିସ  ଉଠାଇ ଆଣିଥିଲା।

ଭଦ୍ରକ ଟାଉନ ପୁଲିସ ଗିରଫ କରିଥିବା ଦୁଇ  ମୋବାଇଲ ଲୁଟେରା ହେଲେ ଭଦ୍ରକର ବାଇପାସ୍ ଅଞ୍ଚଳର ମଚୟ ଦାସ  ଓ ମନୁ ଶର୍ମା। ଏମାନଙ୍କଠାରୁ ୨୨ଟି ଚୋରା ମୋବାଇଲ ଜବତ ହୋଇଛି। ଯେଉଁ ଲୋକମାନଙ୍କର ମୋବାଇଲ ହଜିଛି, ସେମାନେ ତଥ୍ୟ ପ୍ରମାଣ ଦେବା ପରେ ସମୋନଙ୍କ ମୋବାଇଲକୁ ପୁଲିସ ଫେରାଇ ଦେବ ବ‌ୋଲି  ଭଦ୍ରକ ଏସଡିପିଓ ସାର୍ଥକ ରାୟ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ମୋବାଇଲ ଚୋରି ଗ୍ୟାଙ୍ଗ‌ରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ଭଦ୍ରକ ଟାଉନ ଆଇଆଇସି ଚନ୍ଦନ ଘଡେଇ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe