ନବରଂଗପୁର: ଘର ବାରୀରୁ ମା’ ସହ ୨୨ ନାଗ ସାପ ଉଦ୍ଧାର

Advertisment
ନବରଂଗପୁର: ଘର ବାରୀରୁ ମା’ ସହ ୨୨ ନାଗ ସାପ ଉଦ୍ଧାର

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାର ଶୈଳବାଳା ପଟ୍ଟନାୟକଙ୍କ ଘରବାରୀରୁ ବୁଧବାର ସନ୍ଧ୍ୟାରେ ମା’ ସହ ୨୨ଟି ନାଗ ସାପ ଉଦ୍ଧାର କରାଯାଇଛି। ଆହୁରି ସାପ ଛୁଆ ଥିବା ସନ୍ଦେହ କରାଯାଉଛି। ପାପଡାହାଣ୍ଡିର ସାପ ଧରାଳି ବିଜୟ ମହାନ୍ତି ଆସି ସାପଗୁଡ଼ିକୁ ଉଦ୍ଧାର କରିଛନ୍ତି ।

କିଛି ଦିନ ପୂର୍ବରୁ ଶୈଳବାଲାଙ୍କ ପୁଅ ଶୀତୁ ଘରବରୀ ପଛ ପଟେ ସାପ କାତି ଦେଖିକି ସାପ ଥିବା ସନ୍ଦେହ କରିଥିଲେ। ଘରେ କାମ କରୁଥିବା ବନ୍ଧୁ ଭତରା ବାରୀ ଭିତର ଏକ ଗାତରେ ଆଜି ସାପ ବାହାରିବା ଦେଖି ପୁଅ ସୀତୁଙ୍କୁ ଖବର ଦେଇଥିଲେ। ଶୀତୁ ଏ ନେଇ ବିଜୟକୁ ଖବର ଦେବା ପରେ ଗ୍ରାମବାସୀଙ୍କ ସହାୟତାରେ ସାପ ଗୁଡିକୁ ଉଦ୍ଧାର କରାଯାଇଥିଲା। ପ୍ରଥମେ ୨୨ଟି ଛୁଆ ସାପ ଓ ପରେ ମା’ ସାପକୁ ଉଦ୍ଧାର କରାଯାଇଥିଲା। ସାପ ଗୁଡିକୁ ଜଙ୍ଗଲରେ ଛାଡିବେ। ଏତେ ସଂଖ୍ୟାରେ ସାପ ଦେଖିବାକୁ ତାଙ୍କ ଘରେ ପ୍ରବଳ ଭିଡ଼ ଜମିଥିଲା। ସବୁ ସାପ ନାଗ ପ୍ରଜାତିର ବୋଲି ଜଣା ପଡିଛି। ସାପ ଧରାଳି ବିଜୟଙ୍କୁ ଗ୍ରାମବାସୀ ମନୋଜ ଅଗ୍ରୱାଲ, ସଂଦୀପ୍ତ ଜେନା, ସୁକୁମାର ପଣ୍ଡା ଓ ସରୋଜ ମହାନ୍ତି ସାହାଯ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe