ଯୁବତୀ ଦୁଷ୍କର୍ମର ଶିକାର ‌ହେବା ପରେ ଅସଂଯତ ଅବସ୍ଥାରେ ରାତି ସାରା ରାସ୍ତାରେ ପଡ଼ି ରହିବା ପରେ ଉଦ୍ଧାର

Advertisment
ଯୁବତୀ ଦୁଷ୍କର୍ମର ଶିକାର ‌ହେବା ପରେ ଅସଂଯତ ଅବସ୍ଥାରେ ରାତି ସାରା ରାସ୍ତାରେ ପଡ଼ି ରହିବା ପରେ ଉଦ୍ଧାର

ରାଉରକେଲା: ଇସ୍ପାତ ସହରରେ ପୁଣି ଏକ ଚାଞ୍ଚଲ୍ୟକର ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଗତ ରାତିରେ ଦୁଇଟି ବଲେରୋରେ ଗୁରୁଣ୍ଡିଆ ଅଞ୍ଚଳ‌ରେ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଆଣି ଗଣଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି।

ରାତି‌ରେ ଯୁବତୀ ଜଣକ ଗଣଦୁଷ୍କର୍ମର ଶିକାର ହେବା ପରେ ଆଜି ସକାଳେ ଛେଣ୍ଡ ଥାନା ଅନ୍ତର୍ଗତ ଓମ୍ଫେଡ଼ କାର୍ଯ୍ୟାଳୟ ପାଖରେ ଯୁବତୀ ଜଣକ ଅସଂଯତ ଅବସ୍ଥାରେ ବସି ରହିଥିଲେ। ପ୍ରାତଃ ଭ୍ରମଣରେ ବାହାରିଥିବା କିଛି ଲୋକ ଯୁବତୀଙ୍କୁ ଦେଖିଥିଲେ। ଏହାପରେ ଘଟଣା ସମ୍ପର୍କରେ ସ୍ଥାନୀୟଲୋକ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କୁ ଉଦ୍ଧାର କରିଥିଲା।

ଘଟଣା ସମ୍ପର୍କରେ ଖବର ପାଇବା ପରେ ପୀଡିତାଙ୍କ ପରିବାର ଛେଣ୍ଡ ଥାନାରେ ପହଞ୍ଚି ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ଛାନଭିନ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe