ମୟୂରଭଞ୍ଜ-କଳାହାଣ୍ଡିରେ ୨୨୪ ନେଗେଟିଭ୍‌, ୧୧୨ ରି‌ପୋର୍ଟକୁ ଅପେକ୍ଷା

Advertisment
ରାଜ୍ୟର ୯ ଜିଲ୍ଲାରେ କରୋନା :  ଭୁବନେଶ୍ବର‌ର ରହିଛନ୍ତି ସର୍ବାଧିକ ଆକ୍ରାନ୍ତ

ବାରିପଦା/ଭବାନୀପାଟଣା: ମୟୂରଭଞ୍ଜ ଓ କଳାହାଣ୍ଡି ଜିଲ୍ଲାରେ ୨୨୪ଟି ନମୁନା ନେଗେଟିଭ ଆସିଥିବା ବେଳେ ୧୧୨ଟି ରିପୋର୍ଟକୁ ଅପେକ୍ଷା କରାଯାଇଛି । କଳାହାଣ୍ଡି ଜିଲ୍ଲାରେ ଏପର୍ଯ୍ୟନ୍ତ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ କରୋନା ପରୀକ୍ଷା ପାଇଁ ଆଜି ସୁଦ୍ଧା ୧୯୯ଟି ନମୁନା ଯାଇଛି। ସେଗୁଡ଼ିକ ମଧ୍ୟରୁ ୧୪୪ଟି ରିପୋର୍ଟ ନେଗେଟିଭ୍‌ ଆସିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଉ ୫୫ଟି ନମୁନାର ରିପୋର୍ଟ ଆସିନଥିବା ସୂଚନା ଦିଆଯାଇଛି।

କଳାହାଣ୍ଡି ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୧୩୯ ଟି ସ୍ୱାବ ପରୀକ୍ଷା ପାଇଁ ଯାଇଛି। ସେଥିମଧ୍ୟରୁ ୮୨ ଟି ରିପୋର୍ଟ ମିଳିଥିବା ବେଳେ ଆହୁରି ୫୭ଟି ରିପୋର୍ଟ ମିଳିନାହିଁ । ଆଜି ୧୫ଟି ରିପୋର୍ଟ ନେଗେଟିଭ ଆସିଛି। ସମୁଦାୟ ୮୨ଟି ରିପୋର୍ଟ ମଧ୍ୟରୁ ୨ଟି ପୋଜିଟିଭ ଓ ୮୦ଟି ନେଗେଟିଭ ଆସିଛି। ଗତ ଏପ୍ରିଲ ୧୦ ତାରିଖ ଦିନ ୧୬ଟି ସ୍ୱାବ, ଏପ୍ରିଲ୧୧ ତାରିଖରେ ୧୮ଟି ସ୍ୱାବ ଓ ଆଜି ଏପ୍ରିଲ ୧୨ ତାରିଖରେ ୩୮ଟି ସ୍ୱାବ ପରୀକ୍ଷା ପାଇଁ ପଠାଯାଇଛି ।
କଳାହାଣ୍ଡି ଜିଲ୍ଲାରେ ଆହୁରି ୫ଟି ସ୍ୱାବ ସଂଗ୍ରହ କେନ୍ଦ୍ର ଖୋଲାଯିବ।  ଜିଲ୍ଲାର ଧର୍ମଗଡ଼, ଜୁନାଗଡ଼, ଗୋଲାମୁଣ୍ଡା, କେସିଙ୍ଗା ଓ ଭବାନୀପାଟଣାରେ ଆହୁରି ୫ଟି ସ୍ୱାବ ସଂଗ୍ରହ କେନ୍ଦ୍ର ଖୋଲାଯିବ । ବର୍ତ୍ତମାନ ଭବାନୀପାଟଣା ଓ ଗୋଲାମୁଣ୍ଡା ଠାରେ ସ୍ୱାବ ସଂଗ୍ରହ କେନ୍ଦ୍ର ଆରମ୍ଭ ହୋଇଛି । ସ୍ୱାବ ସଂଗ୍ରହ ପାଇଁ ଆହୁରି ୪ଟି ଟିମ ଗଠନ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe