ବିସ୍ଥାପିତଙ୍କ ୨୩ ଲକ୍ଷ ଟଙ୍କା ହଡ଼ପ ଘଟଣା: ଦଲାଲଙ୍କୁ ଅଟକ ରଖି ପଚରାଉଚୁରା, ମୁଖ୍ୟ ଅଭିଯୁକ୍ତ ଗିରଫ ହେବ ତ

ଜାଲ୍‌ ଚେକ୍‌ରେ ବ୍ୟାଙ୍କ୍‌ରୁ ଉଠାଇନେଲେ ୪୬ ଲକ୍ଷ ଟଙ୍କା

Image Courtesy of India Today

ନୂଆପଡ଼ା: ନୂଆପଡ଼ା ଜିଲ୍ଲା‌ ବୋଡ଼େନ ବ୍ଲକ୍‌ କର୍ଲ୍ଲାକୋଟ ପଞ୍ଚାୟତ ଡୁଡୁକିବାହାଲ ଗାଁର ବିସ୍ଥାପିତ ଗୌରିଶଙ୍କର ମାଝୀଙ୍କ ୨୩ ଲକ୍ଷ ଟଙ୍କା ହଡ଼ପ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଦଲାଲକୁ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ବିଶେଷ ସୂତ୍ରରୁ ଖବର ମିଳିଛି। ରବିବାର ସମ୍ପୃକ୍ତ ଦଲାଲ ଶ୍ୟାମ ଅଗ୍ରୱାଲଙ୍କୁ ଖଡ଼ିଆଳ ପୁଲିସ ଅଟକ ରଖି ପଚରାଉଚୁରା କରୁଛି।

ସୂଚନାଥାଉକି ଗୌରିଶଙ୍କର ମାଝୀ ଓ ଭାଇ ସିଙ୍ଗଲସାଏ ମାଝୀଙ୍କ ଜମିକୁ (୧ଏକର ୫୭ ଡିସମିଲ) ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପରେ ସରକାର ଅଧିଗ୍ରହଣ କରିଥିଲେ। ଏହି ବାବଦକୁ ବିସ୍ଥାପିତଙ୍କ ନାଁରେ ୨୩ ଲକ୍ଷ ୮୮ ହଜାର ଟଙ୍କା ଜମା କରିଥିଲେ। କିନ୍ତୁ ବିସ୍ଥାପିତ ‌ଗୌରିଶଙ୍କରଙ୍କ ଅଜାଣତରେ ପ୍ରକଳ୍ପର ପୂର୍ବତନ ଭୂଅର୍ଜନ ତଥା ପୂର୍ନବାସ ଓ ଥଇଥାନ ଅଧିକାରୀ ନନ୍ଦକିଶୋର ତାଣ୍ଡି, ବ୍ୟାଙ୍କ୍‌ ମ୍ୟାନେଜର ଓ ଦଲାଲ ଶ୍ୟାମ ଅଗ୍ରୱାଲ ୨୩ଲକ୍ଷ ୮୮ ହଜାର ଟଙ୍କା ହଡ଼ପ କରିନେଇଥିଲେ। ଏନେଇ ଗୌରିଶଙ୍କର ଖଡ଼ିଆଳ ଥାନାରେ ଅଭିଯୋଗ କରିଥିଲେ। ଇତି ମଧ୍ୟରେ ଗୌରିଙ୍କର ମୃତ୍ୟୁ ହୋଇଗଲା ସିନା ତାଙ୍କୁ ନ୍ୟାୟ ମିଳିପାରି ନାହିଁ। ଅବଶ୍ୟ ଟଙ୍କା ହଡ଼ପ ଘଟଣାରେ ଚଳିତ ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ଖଡ଼ିଆଳ ପୁଲିସ ଆକ୍ସିସ୍‌ ବ୍ୟାଙ୍କ ସହ ପରିଚାଳକ ସୁବୋଧ ବାରିକ ଓ ଲୋୟର ଇନ୍ଦ୍ର ପ୍ରକଳ୍ପ ପୂର୍ବତନ ରାଜସ୍ବ ନିରୀକ୍ଷକ ରାଜେନ ମାଝୀଙ୍କୁ ଗିରଫ କରିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇ ନାହିଁ। ମୁଖ୍ୟ ଅଭିଯୁକ୍ତମାନଙ୍କୁ ଜିଲ୍ଲାପ୍ରଶାସନ ସହଯୋଗ କରୁଥିବା ଜିଲ୍ଲା ଆଦିବାସୀ ସଂଘ ଅଭିଯୋଗ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe