ମୟୂରଭଞ୍ଜରେ ୨୪ ଆକ୍ରାନ୍ତ, ୨୪ ସୁସ୍ଥ: ପଜିଟିଭ୍ ଚିହ୍ନଟ ହେବା ପରେ ବିଶୋଧନ ହେଉନି ଅଞ୍ଚଳ

Advertisment

କୋଭିଡ୍ ପରିଚାଳନା ନେଇ ବାରିପଦା ପୌରପରିଷଦରେ ଅସନ୍ତୋଷ

କୋଭିଡ୍ ପରିଚାଳନା ନେଇ ବାରିପଦା ପୌରପରିଷଦରେ ଅସନ୍ତୋଷ

ମୃତକଙ୍କ ମଧ୍ୟରୁ ଜଣେ ଯାତ୍ରୀ ସଂକ୍ରମିତ, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସମସ୍ତ ସଦସ୍ୟଙ୍କ କ‌‌ରୋନା ଟେଷ୍ଟ୍‌ ହେବ: କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ

image source--long island press

ବାରିପଦା: ଆଜି ମୟୂରଭଞ୍ଜରେ ଗୋଟିଏ ଦିନରେ ୨୪ଜଣ ନୂଆ ଆକ୍ରାନ୍ତ ହେବା ସହିତ ୨୪ଜଣ ସୁସ୍ଥ ହୋଇଛନ୍ତି। ଆଜିର ନୂଆ କରୋନା ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮୮ରେ ପହଞ୍ଚିଛି। ସେହିପରି ୨୪ ନୂଆ ସୁସ୍ଥଙ୍କୁ ମିଶାଇ ସୁସ୍ଥ ସଂଖ୍ୟା ୫୮୭ରେ ପହଞ୍ଚିଛି। ମୟୂରଭଞ୍ଜରେ ସକ୍ରିୟଙ୍କ ସଂଖ୍ୟା ୧୭୫କୁ ଖସିଛି।

ତେବେ ବାରିପଦା ପୌରପରିଷଦ ଅଞ୍ଚଳରେ କୋଭିଡ୍ ପରିଚାଳନା ନେଇ ବ୍ୟାପକ ଅସନ୍ତୋଷ ଦେଖାଦେଇଛି। ୱାର୍ଡ ନଂ-୧୪, ୧୬ ଅଞ୍ଚଳରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ମଧ୍ୟ ଉକ୍ତ ଅଞ୍ଚଳକୁ ବିଶୋଧନ କରାନଯିବା ଆଦିକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଯଦିଓ ପୌରପରିଷଦର କୋଭିଡ୍ ନୋଡାଲ୍ ଅଧିକାରୀ ପ୍ରଶାନ୍ତ ରାୟ ବିଶୋଧନ ହେଉଥିବା କଥା କହିଛନ୍ତି ମାତ୍ର ସେପରି ହୋଇନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

ଆଉ ଏକ ଘଟଣାକ୍ରମେ ପୌରପରିଷଦରେ କାର୍ଯ୍ୟ କରୁଥିବା ଜଣେ ମହିଳା ସୁପରଭାଇଜର୍ଙ୍କୁ କିଛି ଯୁବକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଧମକଚମକ ଦେଇଛନ୍ତି। ଏନେଇ ସେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ମହିଳା ସୁପରଭାଇଜର୍ଙ୍କ ତ୍ରୁଟି ଏହାଯେ ସେ ଶୂନଗଡ଼ିଆ ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ସହିତ ସଂପୃକ୍ତ ଅଞ୍ଚଳକୁ ବିଶୋଧନ ଆଦି କରିଥିଲେ। ଫଳରେ ଉକ୍ତ ଆକ୍ରାନ୍ତଙ୍କ ପରିବାର ପକ୍ଷରୁ ମହିଳା ସୁପରଭାଇଜର୍ଙ୍କୁ ଧମକଚମକ ଦିଆଯାଉଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe