ବିଜୁ ଦନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳିତ

Advertisment
ବିଜୁ ଦନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳିତ

ବାରିପଦା: ବାରିପଦାସ୍ଥିତ ବିଜେଡିର ଜିଲ୍ଲା କାର୍ଯ୍ୟାଳୟ ବିଜୁ ଭବନ ପରିସରରେ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ବିଜେଡି ସଭାପତି ତଥା ରାଜସ୍ୱ ବିପର୍ଯ୍ୟୟ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡ଼ିର ପୂର୍ବତନ ମନ୍ତ୍ରୀ ବୀରଭଦ୍ର ସିଂ ଓ ଗୋଲକ ନାଏକ, ପୂର୍ବତନ ମନ୍ତ୍ରୀ ଓ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍ ପ୍ରଥମେ ଦଳୀୟ ନେତୃବୃନ୍ଦଙ୍କ ସହ ବିଜୁ ପଟ୍ଟନାୟକ ଛକଠାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ବିଜୁ ଭବନରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ ।

ପ୍ରାରମ୍ଭରେ କୋରନାରେ ମୃତୁ୍ୟବରଣ କରିଥିବା ଯୋଦ୍ଧାମାନଙ୍କର ଅମର ଆତ୍ମାର ସଦ୍ଗତି କାମନା କରାଯାଇ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ବନେ୍ଦ ଉକ୍ରଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । ମନ୍ତ୍ରୀ ଶ୍ରୀ ମାର୍ଣ୍ଡିିି ତାଙ୍କ ବକ୍ତବ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଓଡିଶାର ବିକାଶ ପୁରୁଷ ବୋଲି ଅଭିହିତ କରିବା ସହ ତାଙ୍କ ନେତୃତ୍ୱରେ ଓଡିଶାର ସର୍ବାଧିକ ବିକାଶ ହୋଇଥିବା କଥା କହିଥିଲେ । ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କର ଆନ୍ତରିକ ଉଦ୍ୟମ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁ ଆଜି ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ କରିବା ଓ ଜୁବଲୀ ଲାଇବ୍ରେରୀର ସର୍ବାଙ୍ଗୀନ ବିକାଶ ପାଇଁ ପର୍ଯ୍ୟାପ୍ତ ଅର୍ଥର ବରାଦ ଏବଂ ବାରିପଦା ଜଗନ୍ନାଥ ମନ୍ଦିର ଉନ୍ନତିକରଣ ପାଇଁ ୫ କୋଟି ଟଙ୍କାର ମଞ୍ଜୁର କରିଥିବା ଯୋଗୁ ଶ୍ରୀ ମାର୍ଣ୍ଡିି ସଭାସ୍ଥଳରେ ମୁଖମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏ

ହି ସଭାରେ ପୂର୍ବତନ ଉପ-ବାଚସ୍ପତି ସାନନ୍ତ ମାର୍ଣ୍ଡି, ସହ ପର୍ଯ୍ୟବେକ୍ଷକ ସୁବ୍ରତ ଥାଟୋଇ, ରାଜ୍ୟ ସାଧାରଣ ସମ୍ପାଦକ ଡା. ଦେବାଶିଷ ମାର୍ଣ୍ଡି, କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ରାଜଶିବନାରାୟଣ କିସ୍କୁ, ପୂର୍ବତନ ଉପ-ନଗରପାଳ ଜିତେନ୍ଦ୍ର ମହାନ୍ତି, ଦୁର୍ଗାମଣି ଆଚାର୍ଯ୍ୟ ଓ ଦୀପ୍ତିଲତା ମିଶ୍ର, ରାଜ୍ୟ ବିଜେଡି ପେନାଲିଷ୍ଟ ଛବି ମାହାଲି, ମହିଳା ବିଜେଡି ସଭାନେତ୍ରୀ ବିଣାପାଣି ସାହୁ, ସରୋଜ ମହାପାତ୍ର, ଛାତ୍ର ବିଜେଡି ଜୋନାଲ ସଭାପତି ଅବଦୁଲ୍ ହବିବ୍, ଛାତ୍ର ବିଜେଡି ଜିଲ୍ଲା ସଭାପତି ସୁନୀଲ କୁମାର ନାୟକ, ରାଜ୍ୟ ମହିଳା ବିଜେଡି ସାଧାରଣ ସମ୍ପାଦକ ସମ୍ପା ମୁଜୁମଦାର, ସୀମା ଦାସ ଓ ଶ୍ରାବଣୀ ଦାସ, ପୂର୍ବତନ କାଉନସିଲର କୁନା ପଟ୍ଟନାୟକ, ବିଶିକେଶନ ପଟ୍ଟନାୟକ, ପ୍ରଭାତ ମହାନ୍ତି, ଅନନ୍ତ ଦାସ, ଦେବାଶିଷ ଦାସ, ସ୍ୱରୂପ ପଟ୍ଟନାୟକ, ଗୀତାରାଣୀ ବେହେରା, ରତ୍ନାକର ବେହେରା, କୁମାର ମୁଖୀ, ତ୍ରିଲୋକେଶ୍ ପଣ୍ଡା, ଦେବାଶିଷ ପାତ୍ର, ଦର୍ପନାରାୟଣ ପାଲ, ରାଜ୍ୟ ଯୁବ ବିଜେଡି ଯୁଗ୍ମ ସମ୍ପାଦକ ରଜନୀ ମହାନ୍ତ, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ଅଭୟ ସିଂ, ଦିବ୍ୟବ୍ରତ ମହାନ୍ତି, ବରିଷ୍ଠ ବିଜେଡି ନେତା କୃଷ୍ଣ ଦାସ, ତପନ କର, ଦୁର୍ଗା ମାର୍ଣ୍ଡି, ଖୁଣ୍ଟା ବ୍ଲକ୍ ଚେୟାରମେନ୍ ପୁଷ୍ପଲତା ମାର୍ଣ୍ଡି ଓ ବିଲକାନ ପ୍ରଭୂଦୟାଲ ନାଗ, ଅମର ସେଠୀ, ଦେବୀଦତ୍ତ ଦାଶ, ପ୍ରତୀକ ଦାଶ ଓ ପ୍ରଭାତି ପୃଷ୍ଟି ପ୍ରମୁଖ ଉପସ୍ଥିତ ରହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe