ସମୁଦ୍ର ମୁହାଣରୁ ବିଶାଳକାୟ ‘ତିମି’ର ମୃତଦେହ ଉଦ୍ଧାର

Advertisment
ସମୁଦ୍ର ମୁହାଣରୁ ବିଶାଳକାୟ ‘ତିମି’ର ମୃତଦେହ ଉଦ୍ଧାର

ବ୍ରହ୍ମଗିରି: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସାତପଡ଼ା ରେଞ୍ଜର ସାନପାଟଣା ଗାଁ ସାମ୍ନାରେ ଥିବା ମୁହାଣରୁ ଆଜି ଏକ ବିଶାଳକାୟ ‘ତିମି’ର ମୃତଦେହକୁ ଉଦ୍ଧାର କରାଯାଇଛି। ବନ ବିଭାଗର କର୍ମଚାରୀମାନେ ନଣ୍ଡାନାଣ୍ଡି ଯଜ୍ଞଦଣ୍ଡା ମୁହାଣରୁ ତିମିର ମୃତଦେହକୁ ଉଦ୍ଧାର କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ସମୁଦ୍ରକୁ ମାଛଧରିବାକୁ ଯାଇଥିବା ମତ୍ସଜୀବୀମାନେ ଆଜି ନଣ୍ଡାନାଣ୍ଡି ଯଜ୍ଞଦଣ୍ଡା ମୁହାଣରେ ଏକ ବିଶାଳକାୟ ମୃତ ତିମି ପଡ଼ିଥିବାର ପ୍ରଥମେ ଦେଖିଥିଲେ। ଏସଂପର୍କରେ ସେମାନେ ସାନପାଟଣା ଗାଁ ଲୋକଙ୍କୁ ସୂଚନା ଦେବା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା। ଗାଁ ଲୋକଙ୍କ ଠାରୁ ଖବର ପାଇ ସାତପଡ଼ା ରେଞ୍ଜର ସମେତ ୬ ଜଣିଆ ଟିମ୍‌ ଘଟଣାସ୍ଥଳକୁ ପହଞ୍ଚିଛନ୍ତି।

publive-image

ତେବେ ମୃତ ତିମିର ଲମ୍ବ ପ୍ରାୟ ୨୫ ଫୁଟ ଓ ଗୋଲେଇ ୧୨ ଫୁଟରୁ ଅଧିକ ହେବ ବୋଲି କହିଛନ୍ତି ସାତପଡ଼ା ରେଞ୍ଜ ଅଧିକାରୀ ମାନସ ରଂଜନ ମହାପାତ୍ର। ସେ କହିଛନ୍ତି, ତିମିର ଓଜନ ୪ ରୁ ୫ ଟନ୍‌ ହେବ। ଆସନ୍ତାକାଲି ପୋଷ୍ଟମର୍ଟମ ହେବା ପରେ ତିମିର ମୃତ୍ୟୁର କାରଣ ହେବ। ରିପୋର୍ଟ ଲେଖାଯିବା ବେଳକୁ ବନ ବିଭାଗର ୬ ଜଣିଆ ଟିମ୍‌ରେ ରେଞ୍ଜର, ଫରେଷ୍ଟର, ଓ୍ଵାଚର ଓ ଗାର୍ଡ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ସୂଚନାଯୋଗ୍ୟ ବିଗତ କିଛି ବର୍ଷ ମଧ୍ୟରେ କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ବିସ୍ତୃତ ସମୁଦ୍ର କୂଳରେ ପ୍ରାୟ ୧୦ଟି ତିମିର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଚଳିତ ବର୍ଷ ଏହା ହେଉଛି ପ୍ରଥମ ଘଟଣା। ଗତ ବର୍ଷ ଏହି ଅଞ୍ଚଳର ବିଭିନ୍ନ ସ୍ଥାନରେ ୨ଟି ତିମିର ମୃତଦେହ ଉଦ୍ଧାର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe