୩ ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ: ୨୫ ଗିରଫ, ୬୮ ହଜାର ଟଙ୍କା ଜବତ

Advertisment
୩ ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ: ୨୫ ଗିରଫ, ୬୮ ହଜାର ଟଙ୍କା ଜବତ

ବ୍ରହ୍ମପୁର: ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ଶୁକ୍ରବାର ବିଳମ୍ବିତ ରାତି ୩ଟି ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ୨୫ ଜଣଙ୍କୁ ଗିରଫ କରିଛି। ଏଥି ସହିତ ପୁଲିସ ୬୮ ହଜାର ୭୭୦ ଟଙ୍କା ଜବତ କରିଛି। ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ସୋଡ଼କ ଓ ରାଣୀପଡ଼ା ଗାଁରେ ଜୁଆ ଖେଳ ଚାଲିଥବା ନେଇ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୁଲିସ ଟିମ ଯୋଜନା ବଦ୍ଧ ଭାବେ ଚଢ଼ାଉ କରିଥିଲା।

publive-image

ସଦର ପୁଲିସ ବ୍ରହ୍ମପୁର ଲୋଚାପଡ଼ାରେ ଜୁଆଖେଳ ଚାଲିଥିବା ନେଇ ସୂଚନା ପାଇଥିଲା। ପୁଲିସ ଜୁଆ ଆଡ୍ଡା ଉପରେ ଅତର୍କିତ ଭାବେ ଚଢ଼ାଉ କରିଥିଲା। ପୁଲିସ ଜୁଆଖେଳରେ ସଂପୃକ୍ତ ଥିବା ମହେନ୍ଦ୍ର ସାହୁ (୨୪), ଗଣେଶ ସାହୁ (୩୫), ମହେଶ ସାହୁ (୧୮), ବ୍ରୁନ୍ଦାବନ ସାହୁ (୩୪), ଦିପକ ସାହୁ (୨୫), ମନୋଜ କୁମାର ସାହୁ (୩୬), ଶ୍ରୀହରୀ ପାତ୍ର (୨୬), ହିନା ସାହୁ (୨୫), ମୁରଲିଧର ସାହୁ (୩୦), କୁନା ସେଠୀ (୨୧) ଓ ସନ୍ତୋଷ ପ୍ରଧାନ (୨୭)ଙ୍କୁ ଗିରଫ କରିଛି। ପୁଲିସ ଜୁଆ ଆଡ୍ଡାରୁ ୮ ହଜାର ୭୭୦ ଟଙ୍କା, ୫ଟି ଠେଙ୍ଗା, ୪ଟି ପଥର, ୭ ମୋବାଇଲ ଫୋନ ଆଦି ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe