୨୫ କେଜି ଗଞ୍ଜେଇ ଓ ବାଇକ୍ ଜବତ, ମାଫିଆ ପାର୍

Advertisment
୨୫ କେଜି ଗଞ୍ଜେଇ ଓ ବାଇକ୍ ଜବତ, ମାଫିଆ ପାର୍

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ପୁଲିସ ଚଢ଼ଉ କରି ୨୫ କେଜି ଗଞ୍ଜେଇ ସହ ଏକ ବାଇକ୍ ଜବତ କରିଥିବା ଜଣାପଡ଼ିଛି। ସୂଚନାନୁସାରେ, ଘଣ୍ଟାପଡ଼ା ଥାନାଧିକାରୀ ଗଣନାଥ ଥନାପତିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ସିଲେଟପଡ଼ା ଛକ ନିକଟରେ ଚେକିଂ କରୁଥିଲା। ଏହି ସମୟରେ ଜଣେ ବ୍ୟକ୍ତି ବାଇକରେ ଗୋଟିଏ ବସ୍ତାରେ କିଛି ଧରି ଆସୁଥିବା ବେଳେ ପୁଲିସକୁ ଦେଖି ହଡ଼ବଡ଼େଇ ଯାଇଥିଲା। ଏହାପରେ ବାଇକ୍ ଓ ବସ୍ତାଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ପୁଲିସର ସନ୍ଦେହ ହେବାରୁ ଗାଡ଼ି ଯାଞ୍ଚ କରିବାରୁ ୧ ବସ୍ତା ଗଞ୍ଜେଇ ମିଳିଥିଲା।

ଫଳରେ ବାଇକଟିକୁ ମଧ୍ୟ ଜବତ କରିଥିଲା ପୁଲିସ। ଜବତ ଗଞ୍ଜେଇ ଥାନାକୁ ଆଣି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା। ଏହାର ପରିମାଣ ୨୫କେଜି ବୋଲି ଜଣାପଡ଼ିଛି। ଫେରାର ଗଞ୍ଜେଇ ମାଫିଆ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ତିଲକାମାଲ୍ ଗ୍ରାମର ସିଦ୍ଧେଶ୍ବର ଭୋଇ ବୋଲି ପୁଲିସ ଜାଣିପାରିଛି। ଘଣ୍ଟାପଡ଼ା ଥାନାରେ ୩୮/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ପୁଲିସ। ଖୁବଶୀଘ୍ର ସିଦ୍ଧେଶ୍ବରକୁ ଗିରଫ କରାଯିବ ବୋଲି ଭାରପ୍ରାପ୍ତ ଥାନାଧିକାରୀ ଗଣନାଥ ଥନାପତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe