୨୫୭ ଖଣ୍ଡ କାଠ ପଟା ଜବତ, ୫ ଗିରଫ

Advertisment
୨୫୭ ଖଣ୍ଡ କାଠ ପଟା ଜବତ, ୫ ଗିରଫ

ଦେବଗଡ଼: ଦେବଗଡ଼ ବନଖଣ୍ଡ କଂସର ସେକ୍ସନ ଅନ୍ତର୍ଗତ ତାଳଡ଼ିହି ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୫୭ ଖଣ୍ଡ କାଠ ପଟା ଜବତ କରିବା ସହ ୫ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ତାଲଡିହି ଗ୍ରାମର ପୁରୁଷୋତ୍ତମ ମାଝୀ, ଝାରଖଣ୍ଡର ମାକବୁଲ ମିଆଁ, ମାନିରୁଦ୍ଦିନ ଆନସାରୀ, ମହାଫୁଜ ଆନସାରୀ ଓ କାୟୂଷ ଆନସାରୀ।

ପ୍ରାପ୍ତ ସୂଚନା ଅନୁଯାୟୀ, ତା‌‌ଳଡିହି ଗ୍ରାମରେ ବେଆଇନ କାଠ କାରବାର ଚାଲିଥିବା ବନବିଭାଗ କୌଣସି ସୂତ୍ରରୁ ସୂଚନା ପାଇ ଦେବଗଡ଼ ଫରେଷ୍ଟ ରେଞ୍ଜ ଅଫିସର ଦେବବ୍ରତ ନନ୍ଦ ବିଭାଗୀୟ କର୍ମଚାରୀଙ୍କ ସହ ସଦଳବଳେ ଚଢ଼ଉ କରିଥିଲେ। ଉକ୍ତ ଗ୍ରାମର ପୁରୁଷୋତ୍ତମ ମାଝୀଙ୍କ ଘରେ ତଲାସି କରି ୨୫୭ ଖଣ୍ଡ ବିଭିନ୍ନ କିସମର କାଠ ପଟା ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe