ବୋଲେରୋ ସହ ୨୫୮ କେଜି ଗଞ୍ଜେଇ ଜବତ, ଜଣେ ଗିରଫ 

Advertisment
ବୋଲେରୋ ସହ ୨୫୮ କେଜି ଗଞ୍ଜେଇ ଜବତ, ଜଣେ ଗିରଫ 

ରାୟଗଡ଼ା: ରାତ୍ରି ପେଟ୍ରୋଲିଂ ସମୟରେ ରାୟଗଡ଼ା ଅବକାରୀ ବିଭାଗ ୨୫୮ କେଜି ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଭର୍ତ୍ତି ବୋଲେରୋ ସହ ଡ୍ରାଇଭର ସୁରେଶ ସାହୁକୁ ଅବକାରୀ ବିଭାଗ ପୁଲିସ୍ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୧୩ ଲକ୍ଷ ହେବ ବୋଲି ଆକଳନ କରାଯାଇଛି।

ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ନାୟକଙ୍କ ସୂଚନା ମୁତାବକ, କୋରାପୁଟ ଜିଲ୍ଲାର ନନ୍ଦପୁର ଅଞ୍ଚଳରୁ ଏକ ବ‌ୋଲେରୋରେ ୯ଟି ବସ୍ତାରେ ଗଞ୍ଜେଇ ଖୋର୍ଦ୍ଧାକୁ ଚାଲାଣ ହେଉଥିଲା। ଡ୍ରାଇଭର ସୁରେଶ ସାହୁ ଉକ୍ତ ଗଞ୍ଜେଇକୁ ନେଇ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ କର୍ତ୍ତୃପକ୍ଷ ସହରର ରିଲାୟନସ୍ ପେଟ୍ରୋଲ ପମ୍ପ ନିକଟ ଚେକ୍ ପୋଷ୍ଟରେ ନାକାବନ୍ଦୀ ଲଗାଇଥିଲେ। ଯାଞ୍ଚ ସମୟରେ ଓଡି୦୨-ଏଫ-୭୭୫୪) ନମ୍ବର ବୋଲେରୋରେ ଗଞ୍ଜେଇ ଥିବା ଜଣା ପଡିଥିଲା। ରାୟଗଡ଼ା ସଦର ଅବକାରୀ ଓଆଇସି ସୂର୍ଯ୍ୟନାରାୟଣ ରଥ, ଏଏସଆଇ ନିମାଇଁ ଚରଣ ମିଶ୍ର, ଦୀନବନ୍ଧୁ ସିରା, କନେଷ୍ଟବଳ ସୁଶାନ୍ତ କୁମାର ମହାପାତ୍ର, କରୁଣାକର ପାତ୍ର, ଅମର କୁମାର ଦଳେଇ, ପି. ଆପାୟା, କମଳା କୁମାରୀ ମହାଙ୍କୁଡ, ସନ୍ଦୀପ ପାତ୍ର, ଇଶ୍ୱର କାଡ୍ରକା ପ୍ରମୁଖ ଚଢ଼ାଉରେ ସାମିଲ୍ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe