ଢେଙ୍କାନାଳ: ୨୧ ଚୋରା ବାଇକ ଜବତ, ୬ ଜଣଙ୍କୁ କୋର୍ଟ ଚାଲାଣ

Advertisment
ଢେଙ୍କାନାଳ: ୨୧ ଚୋରା ବାଇକ ଜବତ, ୬ ଜଣଙ୍କୁ କୋର୍ଟ ଚାଲାଣ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ଅଜୟ କୁମାର ସାହୁଙ୍କ ଉଦ୍ୟମରେ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ବୁଧବାର ସୁଧା ୨୧ଟି ବାଇକ ଜବତ କରାଯାଇଥିବା ବେଳେ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରାଯାଇଛି।

ଦୀର୍ଘ ଦିନ ହେବ ଭୁବନ ଅଞ୍ଚଳରେ ଚୋରା ବାଇକ ବିକ୍ରି ହେଉଥିବା ସୂଚନା ପାଇ ଫାଣ୍ଡି ଅଧିକାରୀ ତଦନ୍ତ କରୁଥିଲେ । ତଦନ୍ତ କରି ସୁରପ୍ରତାପପୁର, ଗୋବିନ୍ଦପୁର ଓ ମାର୍ଥାପୁର ଅଞ୍ଚଳରେ ବାଇକ ଯାଞ୍ଚ କରି ସଫଳତା ହାସଲ କରିଛନ୍ତି। ବାଇକ ଯାଞ୍ଚ ଜାଣିବା ପରେ ଅଞ୍ଚଳର ବିଭିନ୍ନ ସ୍ଥାନରେ କାଗଜ ପତ୍ର ବିହୀନ ବାଇକ ଲୋକମାନେ ପକାଇ ଦେଇଥିଲେ। ସମସ୍ତ ତଦନ୍ତ କରି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବାଇକ ଗୁଡିକ ଚୋରୀ କରି କେନ୍ଦୁଝର ଜିଲ୍ଲା ଶଙ୍କରପୁର ଗ୍ରାମର ଚିତ୍ତରଞ୍ଜନ ଦାସ (ରାଜୁ) ୧୯ ଓ ତାଙ୍କର ଭାଇ ରଞ୍ଜନ ଦାସ ୨୬ଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଠାରୁ ଚୋରା ମୋଟର ସାଇକେଲକୁ ରଖି ଭୁବନ ଓ କାମାକ୍ଷାନଗର ଥାନାର ବିଭିନ୍ନ ଅଂଚଳରେ ବିକ୍ରି କରୁଥିବା ଭୁବନ ଥାନା ଗୋବିନ୍ଦପୁର ଗ୍ରାମର ହେମନ୍ତ ସେଠୀ (ଲିପୁ), ସୁରପ୍ରତାପପୁର ଗ୍ରାମର ସିପୁ ହାତୀ, ମୁଆ ଗ୍ରାମର ସ୍ୱାଧୀନ ମହାନ୍ତି ଓ କଙ୍କଡ଼ାହାଡ଼ ଥାନାର ପ୍ରଦୀପ୍ତ ବେହେରାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

publive-image

ଏସଂକ୍ରାନ୍ତରେ କାମାକ୍ଷାନଗର ଏସଡିପିଓ ସୁପ୍ରସନ୍ନ ମଲିକ ଓ ଭୁବନ ଥାନା ଅଧିକାରୀ ନିର୍ମଳା ଗୋଛାୟତ ଉପସ୍ଥିତ ରହି ଆଗାମୀ ଦିନରେ ଏହି ଅଞ୍ଚଳରେ ଚଢ଼ାଉ କରାଯାଇ ସମସ୍ତ ଚୋରା ବାଇକ ଜବତ କରାଯିବା ସହ ଚୋରୀ ଘଟଣାରେ ସମ୍ପୃକ୍ତି ଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ସଦାସର୍ବଦା ପ୍ରୟାସ ଜାରି ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe