ରାଜନୀତିରୁ ଊର୍ଦ୍ଧ୍ବରେ ରହି ମା’-ମାଟିର ବିକାଶ ପାଇଁ ଏକଜୁଟ ହୁଅ: ବିଧାୟକ

ଉତ୍କଳ ଦିବସରେ ୨୭୯ଜଣ ହିତାଧିକାରୀଙ୍କୁ ଭତ୍ତା ବିତରଣ

ରାଜନୀତିରୁ ଊର୍ଦ୍ଧ୍ବରେ ରହି ମା’-ମାଟିର ବିକାଶ ପାଇଁ ଏକଜୁଟ ହୁଅ: ବିଧାୟକ

ଜୟପୁର: କୋରାପୁଟ ଜୟପୁର ବ୍ଲକ ପକ୍ଷରୁ ଉତ୍କଳ ଦିବସ ଅବସରରେ ର ୨୧ଟି ପଂଚାୟତର ୨୭୯ଜଣ ବିଧବା, ବାର୍ଦ୍ଧକ୍ୟ , ଭିନ୍ନକ୍ଷମ ହିତାଧିକାରୀଙ୍କୁ ୩ଟି କ୍ଲଷ୍ଟର କରି ଭତ୍ତା ବିତରଣ କରାଯାଇଥିଲା। ଜୟପୁର ବ୍ଲକ, ପୁଜାରୀପୁଟ ଓ ଜାମୁଣ୍ଡା ପଂଚାୟତ କାର୍ଯ୍ୟାଳୟ ଠାରେ ତିନୋଟି କ୍ଲଷ୍ଟର କରି ପଂଚାୟତ ଗୁଡ଼ିକର ହିତାଧିକାରୀଙ୍କୁ ଭତ୍ତା ବିତରଣ କରିଥିଲେ। ବିଡିଓ ସୂରଜ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ମୁଖ୍ୟଅତିଥି  ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି , ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟା ବିନ୍ଦୁରାଣୀ ମିଶ୍ର, ମନ୍ଦର ଗାଧବା, ସାଂସଦ ପ୍ରତିନିଧି କୃଷ୍ଣ ଚନ୍ଦ୍ର ନେପାକ, ବ୍ଲକ ଅଧ୍ୟକ୍ଷା ସୁକାନ୍ତି ବାଗଦେରିଆ,  ଉପାଧ୍ୟକ୍ଷ ଇଶ୍ବର ବାଗ, ୨୧ଟି ପଂଚାୟତର ସରପଂଚ, ସମିତିସଭ୍ୟ ମାନେ ଯୋଗ ଦେଇ ବିତରଣକରିଥିଲେ।

ଜାତି ,ଧର୍ମବର୍ଣ୍ଣ , ଦଳମତ ନିର୍ବିଶେଷରେ ଏମାଟି, ଜାତି , ଗରିବ, ଖଟିଖିଆ, ଚାଷୀ, ମୁଲିଆ ତଥା ଓଡିଶାର ସାମଗ୍ରୀକ ବିକାଶ ପାଇଁ ଏକଜୁଟ ହୋଇ ରାଜନିତୀରୁ ଉର୍ଦ୍ଧ୍ବରେ ରହି  ସାମିଲ ହେବାକୁ ବିଧାୟକ ଶ୍ରୀ ବାହିନୀପତି ତିନୋଟି ଯାକ କାର୍ଯ୍ୟକ୍ରମରେ ଆହ୍ବାନ  ଦେଇଥିଲେ। ଏଥିରେ ଆମ୍ବାଗୁଡା -୭, ଅନ୍ତା ୭, ବଡ଼ଜିଉନା ୬, ବାଲିଆ ୧୭, ବାରିଣୀପୁଟ ୫, ଧନପୁର ୨୦, ଡଙ୍ଗରଚିଂଛି ୫, ଏକମ୍ବା ୧୧, ଗଡପଦର ୧, ହାଡିଆ ୧୮, ଜାମୁଣ୍ଡା ୧୧, ଜୟନ୍ତଗିରୀ ୧୬, କାଳିଆଗାଁ ୩, କେବିଡ଼ି ୨, କଙ୍ଗା ୩୧, ପାମ୍ପୁଣୀ ୭, ପୁଜାରୀପୁଟ ୩୦, ରଣ୍ଡାପାଲ୍ଲୀ ୧୬,ରାଣୀଗୁଡା ୨୧, ଟାଙ୍କୁଆ ୨୦ ଓଉମୁରୀ ୭ଜଣ ଏଭଳି ୨୭୯ଜଣ ହିତାଧିକାରୀଙ୍କୁ ଆଜି ଭତ୍ତା ବିତରଣ କରାଯାଇଥିବା କହିଛନ୍ତି ବିଡିଓ ଶ୍ରୀ ପଟ୍ଟନାୟକ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିଶା କେ.ଏସ୍ । ଏହି ଭତ୍ତା ବିତରଣ କାର୍ଯ୍ୟକ୍ରମରେ  ସହକାରୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, ଜିପିଇଓ କ୍ଷତିଶ ଚନ୍ଦ୍ର ଦାଶ, ଏବିଡିଓ ମନୋଜ ନାୟକ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe