ରକ୍ତଦାନ: ଗୋଟିଏ ପରିବାରର ତିନି ଜଣ କଲେ ରକ୍ତଦାନ, ଶିବିରରୁ ୨୮ ୟୁନିଟ ରକ୍ତ ସଂଗ୍ରହ

Advertisment
ରକ୍ତଦାନ: ଗୋଟିଏ ପରିବାରର ତିନି ଜଣ କଲେ ରକ୍ତଦାନ, ଶିବିରରୁ ୨୮ ୟୁନିଟ ରକ୍ତ ସଂଗ୍ରହ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଗଜଲକ୍ଷ୍ମୀ ପୂଜା କମିଟି ଓ ସମ୍ବାଦ ଆମ ଓଡ଼ିଶାର ମିଳିତ ଆନୁକୁଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ମୁଖ୍ୟ ଅତିଥି, ତହସିଲଦାର ରଞ୍ଜନ କୁମାର ପରିଡ଼ା ସମ୍ମାନିତ ଅତିଥି ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତି ଲାଲ ସୁଲିଆ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

publive-image

ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଥିଲେ, ରକ୍ତଦାନର ବିକଳ୍ପ ନାହିଁ। ରକ୍ତଦାନ କରି ଯେଉଁମାନେ ଅନ୍ୟମାନଙ୍କ ଜୀବନ ବଞ୍ଚାଉଛନ୍ତି, ସେମାନଙ୍କ ଠାରୁ ବଳି ଅନ୍ୟ କିଛି ବଡ଼ ସମାଜସେବା ନାହିଁ। କରୋନା ପରିସ୍ଥିତିରେ ଏଣୁ ମୁର୍ଷୁଣ୍ଢୀ ଗଜଲକ୍ଷ୍ମୀ ପୂଜା କମିଟି ଓ ସମ୍ବାଦ ଆମ ଓଡ଼ିଶା ତରଫରୁ ଯେଉ ରକ୍ତ ଦାନ ଶିବିର କରାଯାଇଛି ଏହା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏଭଳି ମହାନ କାମକୁ ବୀରମହାରାଜପୁର ପ୍ରଶାସନ ତରଫରୁ ସବୁବେଳେ ସହଯୋଗ କରାଯିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

publive-image

ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ଗଜଲକ୍ଷ୍ମୀ ପୂଜା କମିଟି ସଭାପତି। ସଭାକୁ ପରିଚାଳନା କରିଥିଲେ ବୀରମହାରାଜପୁର ସମ୍ବାଦ ପ୍ରତିନିଧି ଯୁଗଳ କିଶୋର ମିଶ୍ର। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପୂଜା କମିଟିର ସମ୍ପାଦକ ତ୍ରୟଞ୍ଜୀବ ମିଶ୍ର।

publive-image

ଶେଷରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସର୍ବପ୍ରଥମେ ପୂଜା କମିଟି ଉପଦେଷ୍ଟା ରାଜ ଗୋପାଲ ପାଣିଗ୍ରାହୀ ରକ୍ତଦାନ କରିଥିଲେ। ଏହାପରେ ଶ୍ୟାମସୁନ୍ଦର ନନ୍ଦ, ନରେନ୍ଦ୍ର ମହାକୁଡ଼, ପରାସର ସେଠୀ, କୁଶ କୁମାର ସାହୁ ତାଙ୍କ ଧର୍ମପତ୍ନୀ ଅନିମା ସାହୁ ଓ ତାଙ୍କ ପୁତ୍ର ପ୍ରୟାସ କୁମାର ସାହୁ ରକତଦାନ କରିଥିଲେ। ତେବେ ଗୋଟିଏ ପରିବାରର ତିନି ଜଣ ରକ୍ତଦାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଏହି ସାହୁ ପରିବାର। ଏମାନଙ୍କ ବ୍ୟତୀତ ନେତ୍ରାନନ୍ଦ ପଣ୍ଡା, କିଶୋର କୁମାର ସେଠୀ, ଶାନ୍ତନୁ ଦେହୁରୀ, ଟଙ୍କଧର ଦ୍ଵାରି, ପ୍ରକାଶ ଚନ୍ଦ୍ର ପଣ୍ଡା, ସୁଜିତ୍‌ ଦେହୁରୀ, ଆନନ୍ଦ କୁମାର ବିଶ୍ୱାଳ ଓ ସୁନିଲ୍‌ କୁମାର୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe