୨୮ କେଜି ୪ ଶହ ଗ୍ରାମ ଗଞ୍ଜେଇ ଜବତ, ବିହାରର ଦୁଇ ବେପାରୀ ଗିରଫ

Advertisment
୨୮ କେଜି ୪ ଶହ ଗ୍ରାମ ଗଞ୍ଜେଇ ଜବତ, ବିହାରର ଦୁଇ ବେପାରୀ ଗିରଫ

ରାଉରକେଲା: ଆଜି ରେଳବାଇ ସୁରକ୍ଷା ବଳ(ଆର୍‌ପିଏଫ୍‌)କୁ ବଡ଼ ଧରଣର ସଫଳତା ମିଳିଛି। ରାଉରକେଲାରୁ ବିହାରକୁ ଗଞ୍ଜେଇ ଚାଲାଣ କରୁଥିବାବେବେଳ ଦୁଇ ଅଭିଯୁକ୍ତଙ୍କୁ କାବୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବିହାର ଛପରା ଜିଲ୍ଲାର ରାଜୁକୁମାର ଶାହ(୩୩) ଓ ପଶ୍ଚିମ ଚମ୍ପାଝରଣ ଜିଲ୍ଲାର ମୁସାରଫ ମିୟାଁ(୩୨। ସେମାନଙ୍କଠାରୁ ୨୮ କେଜି ୪ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି।

ଆଜି ମଧ୍ୟାହ୍ନ ପ୍ରାୟ ଦେଢ଼ଟା। ଅଭିଯୁକ୍ତ ଦ୍ବୟ ଗୋଟିଏ ଭିଆଇପି ଟ୍ରଲି ବ୍ୟାଗ୍‌ ଓ ଗୋଟିଏ ଏୟାର୍‌ ବ୍ୟାଗ୍‌ରେ ଗଞ୍ଜେଇ ଭର୍ତ୍ତିକରି ଷ୍ଟେସନ ପରିସରରେ ବୁଲାବୁଲି କରୁଥିଲେ। ସମ୍ଭବତଃ ସେମାନେ ବିହାରକୁ ଗଞ୍ଜେଇ ଚାଲାଣ କରିବାକୁ ଟ୍ରେନ୍‌ ଜଗିଥିଲେ। ଏତିକିବେଳେ ଆର୍‌ପିଏଫ୍‌ ଯବାନଙ୍କ ନଜର ଏମାନଙ୍କ ଉପରେ ପଡ଼ିଥିଲା। ସେମାନଙ୍କ ଗତିବିଧି ସନ୍ଦେହଜନକ ହେବାରୁ ପଚରାଉଚରା କରିଥିଲେ। ତେବେ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଯାଞ୍ଚ କରାଯାଇଥିଲା। ପରେ ଉଭୟେ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡ଼ିଥିଲା। ଅଭିଯୁକ୍ତମାନେ କିନ୍ତୁ ନିର୍ଦ୍ଦିଷ୍ଟକେଉଁଠାରୁ ଗଞ୍ଜେଇ ଆଣୁଥିଲେ ସେନେଇ ସଠିକ୍‌ ସୂଚନା ଦେଇନଥିଲେ। ଅଭିଯୁକ୍ତମାନଙ୍କୁ ରାଉରକେଲା ଅବକାରୀ ପୁଲିସକୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe