କାର ସହ ୨୮ କିଲୋ ଗଂଜେଇ ଜବତ, ଦୁଇ ଗିରଫ

Advertisment
କାର ସହ ୨୮ କିଲୋ ଗଂଜେଇ ଜବତ, ଦୁଇ ଗିରଫ

ଖୋର୍ଦ୍ଧା: ଆଜି ଅପରାହ୍ଣରେ ଖୋର୍ଦ୍ଧା ଉପକଣ୍ଠ ସରଧାପୁର ଚିଙ୍ଗୁଡ଼ିଝର ଢାବା ନିକଟରେ ପୁଲିସ ଚଢ଼ାଉ କରି ଏକ ମାରୁତିକାରରୁ ୨୮ କିଲୋଗ୍ରାମ ଗଂଜେଇ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି ।
ଆଜି ଅପରାହ୍ଣରେ ବିଶ୍ୱସ୍ତସୂତ୍ରରୁ ସୂଚନା ପାଇ ଖୋର୍ଦ୍ଧା ଟାଉନ ଥାନାର ଏକ ପୁଲିସ ଟିମ୍ ୫୭ ନମ୍ବର ଜାତୀୟ ରାଜପଥର ସରଧାପୁର ନିକଟରେ ଥିବା ଚିଙ୍ଗୁଡ଼ିଝର ଢାବା ନିକଟରେ ଚଢ଼ଉ କରିଥିଲେ । ଢାବା ନିକଟରେ ଥିବା ଏକ ମାରୁତି କାର (ଓଡି ୩୩ଏନ୍ ୮୯୮୯)ରେ ଯାଂଚରୁ ୨୮ କିଲୋଗ୍ରାମ ୨୦୦ ଗ୍ରାମ ଗଂଜେଇ ମିଳିଥିଲା । ଏହି ମାମଲାରେ ପୁଲିସ କନ୍ଧମାଳ ସାରଙ୍ଗଗଡ଼ର ସମ୍ମିଳନ ପ୍ରଧାନ (୨୮) ଓ ଗୌତମ ପ୍ରଧାନ (୨୯)ଙ୍କୁ ଗିରଫ କରିଥିଲା । ଏନେଇ ୩୨୧/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ପ୍ରକାଶ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe